ଚୈତ୍ର ପୂର୍ଣ୍ଣିମାରେ ବନଦୁର୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ଆଭାସୀ ଜାରିଆରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ବଲାଙ୍ଗିର, 18 ଜାନୁଆରି (ହି.ସ.) ବଲାଙ୍ଗିର ସହରଠୁ ୨୨ କିମି ଦୂରରେ ଅବସ୍ଥିତ ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ଅବସ୍ଥିତ ମାଁ ବନଦୁର୍ଗା ମନ୍ଦିର । ଚଳିତ ବର୍ଷ ଆସନ୍ତା ଚୈତ୍ର ପୂର୍ଣ୍ଣିମୀ ଲଗ୍ନରେ ବନଦୁର୍ଗା ମହୋତ୍ସବ ଆୟୋଜନ କରିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଗୁରବେଡ
ଚୈତ୍ର ପୂର୍ଣ୍ଣିମାରେ ବନଦୁର୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ଆଭାସୀ ଜାରିଆରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ


ବଲାଙ୍ଗିର, 18 ଜାନୁଆରି (ହି.ସ.)

ବଲାଙ୍ଗିର ସହରଠୁ ୨୨ କିମି ଦୂରରେ ଅବସ୍ଥିତ ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ଅବସ୍ଥିତ ମାଁ ବନଦୁର୍ଗା ମନ୍ଦିର । ଚଳିତ ବର୍ଷ ଆସନ୍ତା ଚୈତ୍ର ପୂର୍ଣ୍ଣିମୀ ଲଗ୍ନରେ ବନଦୁର୍ଗା ମହୋତ୍ସବ ଆୟୋଜନ କରିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଗୁରବେଡା ତଥା ବନଦୁର୍ଗା ମହୋତ୍ସବ କମିଟି ସଭାପତି ସଂଜୟ ଗଡତ୍ୟାଙ୍କ ଅଧ୍ୟକ୍ଷତାରେ ଆଖ ପାଖର ୧୦ ଜଣ ସରପଂଚ ଏବଂ ପ୍ରତିନିଧି ଯୋଗ ଦେଇଥିଲେ । ଏହି ମହୋତ୍ସବରେ ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କଳା କଳାକାର, ପ୍ରକୃତି, ସଂସ୍କୃତି, ଜିବନ ଜିବିକା ର ପୁର୍ନଉଦ୍ଧାର ନିମନ୍ତେ ଏହା ଏକ ମିଳିତ ଉଦ୍ୟମ ହେବ । ପୁର୍ନବାସ,ଥଇଥାନ କଲୋନିରେ ଉଚ୍ଚ ମାନର ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାମାଜିକ କାର୍ଯ୍ୟ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା । ସର୍ବସମ୍ମତି କ୍ରମେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ସମସ୍ତେ ପ୍ରସ୍ତାବ ରଖିଥିଲେ । ଏହି ବର୍ଷ ବନଦୁର୍ଗା ମାଁ ଙ୍କ ପୂଜା ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଗୃହିତ ହେଲା । ଆଜିର ବୈଠକରେ ବିକାଶ ରଂଜନ ରଥ, କୈଳାସ ଚନ୍ଦ୍ର ସିଂଦେଓ, ନରେନ୍ଦ୍ର ବିଶି, ହିମାଂଚଳ ମେହେର, ସୋମନାଥ ପଟେଲ, କୌସ୍ତୁଭ ସାହୁ, ଟୁନା ସାହୁ, ଭରତ ସାହୁ, ରାହାସ ବିହାରୀ ବିଶ୍ୱାଲ, ଗଣନାଥ ଭୋଇ, ଅଜୟ ଗଡତ୍ୟା, ଶାନ୍ତନୁ କୁମାର ସିଂ, ଚତୁର୍ଭୁଜ ସାହୁ, ରିଙ୍କୁ ଭୋଇ, ଆରତ ସାହୁ, ଧନଞ୍ଜୟ ବିଶ୍ୱାଲ, ଓମ୍‌କାର ପ୍ରଧାନ, ଲମ୍ବୋଦର ପ୍ରଧାନ, ମଦନ ସାହୁ, ସଦାନନ୍ଦ ମହଲା, ବ୍ୟାସଦେବ ବନଛୋର, ରଂଜିତ ତେଜି, ଦଶରଥ ପଟେଲ, ପିତାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande