
*୧୯ ତମ ରୋୟାଲ କପ କ୍ରିକେଟ ଚମ୍ପିୟନସିପ ଉଦଯାପିତ*
ନୂଆପଡ଼ା, ୧୮ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା ଆୟୋଜିତ ୧୯ ତମ ରୋୟାଲ କପ କ୍ରିକେଟ ଚମ୍ପିୟନସିପ ଆଜି ଉଦଯାପିତ ହୋଇଯାଇଛି। ଏହି ଆଜିର ଉଦଯାପନୀ ଟୁର୍ଣ୍ଣାମେଣ୍ଟରେରେ ନୂଆପଡା ଜିଲ୍ଲାର ୧୬ ଗୋଟି ଦଳ ଭାଗ ନେଇଥିଲେ । ଆଜି ଫାଇନାଲ ଖେଳରେ ଉଦ୍ୟାନବନ୍ଧ ଓ ଝିଲମିଲା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଫାଇନାଳ ମ୍ୟାଚରେ ଉଦ୍ୟାନବନ୍ଧ ଦଳ ନିର୍ଧାରିତ ୧୨ ଓଭରରେ ୩ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଝିଲମିଲା ଦଳ ୧୨ ଓଭରରେ ୭ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରି ୩ ଉଇକେଟରେ ପରସ୍ତ ହୋଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୂଆପଡା ବିଧାୟକ ଜୟ ଢୋଲକିଆ, ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ମାନସ ରଥ, ମାନିଗୁଡା ଗ୍ରାପ ସରପଞ୍ ଯୋଗେନ୍ଦ୍ର ବାଗ, ଗନିଆରୀ ୱାର୍ଡ ସଭ୍ୟ ପିତାମ୍ବର ଅଦା, କେଶବ ହଂସ, ପରମେଶ୍ୱର ହଂସ ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ