ଡେବ୍ରିଗଡ଼ରେ ବଢୁଛି ଗୟଳଙ୍କ ସଂଖ୍ୟା
ଡେବ୍ରିଗଡ଼ରେ ବଢୁଛି ଗୟଳଙ୍କ ସଂଖ୍ୟା
ଡେବ୍ରିଗଡ଼ରେ ବଢୁଛି ଗୟଳଙ୍କ ସଂଖ୍ୟା


ସମ୍ବଲପୁର, ୧୮, ଜାନୁଆରୀ (ହି.ସ.) ହୀରାକୁଦ ଜଲଭଣ୍ଡାର ସଂଲଗ୍ନ ଡେବ୍ରିଗଡ଼ ଅଭୟାରଣ୍ୟରେ ବିଗତ ଏକ ବର୍ଷ ଭିତରେ ଗୟଳଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି l ବିଗତ ଏକ ବର୍ଷ ଭିତରେ ୩ ଥର ଗଣନା ହୋଇଥିବା ବେଳେ ପ୍ରାୟ ୧୮୯ ଟି ଗୟଳ ଅଧିକ ଚିହ୍ନଟ ହୋଇଥିବା ଜଣାପଡିଛି l ନଭେମ୍ବର ୨୦୨୪ରେ ପ୍ରଥମେ ଗଣନା ହୋଇଥିବା ବେଳେ ୬୫୯ ଟି ଗୟଳ ଥିବାର ଜଣା ପଡ଼ିଥିଲା l ତେବେ ଜାନୁଆରୀ ୨୦୨୬ରେ ହୋଇଥିବା ଗଣନା ଅନୁସାରେ ୮୪୮ ଟି ଗୟଳ ଥିବାର ଜଣାପଡିଛି l ମୁଖ୍ୟତଃ ଡେବ୍ରିଗଡ଼ରେ ଗୟଳଙ୍କୁ ସୁହାଉ ଥିବା ଉତ୍ତମ ପରିବେଶ ରହିଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଭଲ ସୁରକ୍ଷା ବ୍ୟବସ୍ଥା ଦିଆଯାଉଛି ଓ ତୃଣଭୂମି ସୃଷ୍ଟି କରାଯାଉଥିବାରୁ ଏଠାରେ ଗୟଳ ମାନଙ୍କ ବଂଶ ବୃଦ୍ଧି ହୋଇ ପାରୁଛି ବୋଲି କହିଛନ୍ତି ଓ୍ବାଇଲ୍ଡ ଲାଇଫ୍ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande