କେନ୍ଦ୍ରାପଡା କଂଗ୍ରେସ ନୂଆ ନଗର ସଭାପତି ହେଲେ ଦିଲ୍ଲୀପ ପ୍ରଧାନ
କେନ୍ଦ୍ରାପଡା, ୧୮ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ପୌରାଞ୍ଚଳର କଂଗ୍ରେସ ନଗର ସଭାପତି ଭାବେ ଦିଲ୍ଲୀପ ପ୍ରଧାନ ନିଯୁକ୍ତ ହୋଇଛନ୍ତି । ଶୁକ୍ରବାର ଏ ନେଇ ପିସିସି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଦିଲ୍ଲୀପଙ୍କ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ପୌରାପାଳିକାର ନଗର ସଭାପ
କେନ୍ଦ୍ରାପଡା କଂଗ୍ରେସ ନୂଆ ନଗର ସଭାପତି ହେଲେ ଦିଲ୍ଲୀପ ପ୍ରଧାନ


କେନ୍ଦ୍ରାପଡା, ୧୮ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ପୌରାଞ୍ଚଳର କଂଗ୍ରେସ ନଗର ସଭାପତି ଭାବେ ଦିଲ୍ଲୀପ ପ୍ରଧାନ ନିଯୁକ୍ତ ହୋଇଛନ୍ତି । ଶୁକ୍ରବାର ଏ ନେଇ ପିସିସି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଦିଲ୍ଲୀପଙ୍କ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ପୌରାପାଳିକାର ନଗର ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା, ଏଲଡିଏମର ରାଜ୍ୟ ସଂଯୋଜକ ଆଶିଷ ଲେଙ୍କା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପୂର୍ବତନ ସଂଯୋଜକ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରାପଡା ପୌରାଞ୍ଚଳରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ସବୁବର୍ଗର ଲୋକମାନଙ୍କ ନିକଟରେ ପହଂଚି ସଂଗଠିତ କରିବେ ବୋଲି ଦିଲ୍ଲୀପ ପ୍ରଧାନ କହିଛନ୍ତି । ଏଥି ସହିତ କେନ୍ଦ୍ରାପଡ଼ା ସହରରେ କଂଗ୍ରେସ ଦଳକୁ ମଜବୁତ କରିବା ଓ ସହରର ଉନ୍ନତି ପାଇଁ ସଂଗ୍ରାମ କରିବି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande