ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଉଦଘାଟିତ
ଖୋର୍ଦ୍ଧା, ୧୮ ଜାନୁଆରୀ (ହି.ସ.)- ସ୍ଥାନୀୟ ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଓର୍ମାସ୍, ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସପ୍ତଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶ୍ରୀ ଜଗନ୍ନାଥ ବଡ଼ଭାଇ ବଳଭ
Palishree


ଖୋର୍ଦ୍ଧା, ୧୮ ଜାନୁଆରୀ (ହି.ସ.)- ସ୍ଥାନୀୟ ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଓର୍ମାସ୍, ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସପ୍ତଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶ୍ରୀ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ କହିଲେ ଯେ, ଗ୍ରାମୀଣ ଉତ୍ପାଦର ଚାହିଦାକୁ ବିଶ୍ୱ ସ୍ତରୀୟ କରିବାକୁ ପଡ଼ିବ l ମହିଳା ମାନେ ସୁଭଦ୍ରା ଯୋଜନାରେ ଆନୁଷଙ୍ଗିକ କୃଷି ଉଦ୍ୟୋଗରେ ସଫଳତା ପାଇଁ ଲକ୍ଷପତି ଦିଦି ହୋଇପାରିଛନ୍ତି l ରାଜ୍ୟ ସରକାର ୨୦୨୭ ସୁଦ୍ଧା ୫୦ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି l ଓଡ଼ିଶାରେ ନାରୀ ଅଦାଲତ, ସୁଭଦ୍ରା ଶକ୍ତି କେନ୍ଦ୍ର ଦ୍ବାରା ଗ୍ରାମୀଣ ଭିତ୍ତି ଅର୍ଥନୀତି ଅଗ୍ରସର ହେବ। ମହିଳାଙ୍କୁ ଛାଡ଼ି ବିକଶିତ ଓଡ଼ିଶା ଗଠନ ହୋଇପାରିବ ନାହିଁ l ଆଜିର ଏହି ଜିଲ୍ଲା ସ୍ତରୀୟ ଏକତ୍ରିତ ହୋଇ ଅନୁଷ୍ଠିତ ପଲ୍ଲୀଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା, କୃଷି ଯନ୍ତ୍ର ପାତି ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଓ ପୁସ୍ତକ ମେଳା ମହିଳା, ଯୁବକ ସମସ୍ତଙ୍କ ପାଇଁ ଭବ୍ୟ ଦିବ୍ୟ ମେଳା ବୋଲି ଉତ୍ଥାପନ କରି ସମସ୍ତେ ମେଳାର ସୁଯୋଗ ନେବାକୁ ଆହ୍ବାନ ଦେଇଥିଲେ l ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ, ଖୋର୍ଦ୍ଧା ମାଟି ତୀର୍ଥ, ବଳିଦାନ, ବୀରତ୍ବର ମାଟି l ଏକବିଂଶ ଶତାବ୍ଦୀରେ ଆମେ ପଦାର୍ପଣ କରିସାରିଥିବା ବେଳେ ବର୍ତ୍ତମାନ ନୂଆ ରୂପ, ନୂଆ ଲକ୍ଷ୍ୟ ନେଇ ଡବଲ ଇଞ୍ଜିନ ସରକାର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଓ ବିକଶିତ ଖୋର୍ଦ୍ଧା ଗଠନରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକଶିତ ଭାରତ ଗଠନରେ ଓଡ଼ିଶା ହୃତପିଣ୍ଡ ହେବାକୁ ଯାଉଥିବା ବେଳେ ଖୋର୍ଦ୍ଧାକୁ ଏହାର ମୁଖ୍ୟ ଅଙ୍ଗ ଭାବେ ପ୍ରତିପାଦିତ କରିବାକୁ ଆହ୍ଵାନ ଦେଇଥିଲେ l

ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ବନଖଣ୍ଡ ଅଧିକାରୀ ଖୋର୍ଦ୍ଧା ଲାଡେ ଗଜାନନ ଦୟାନନ୍ଦ, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ ଯୋଗଦେଇ ମହିଳା, କୃଷକ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ ମାନଙ୍କୁ ଏହି ସମନ୍ଵିତ ପଲ୍ଲୀଶ୍ରୀ ମେଳା ନୂତନ ଦିଗ ଦର୍ଶନ ଦେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l

ଉଦ୍ଘାଟନୀ ସମାରୋହରେ ମୌସୁମୀ ପାଟଯୋଷି, କୋଷଲ୍ୟା ବେହେରା, ସାଇଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଝୁନୁରାଣି ପରିଡ଼ା, କାଳନ୍ଦୀ ସ୍ୱାଇଁ , ରବୀନ୍ଦ୍ର ମହାରଣା, ବିକ୍ରମ ମାର୍ଥା, ସ୍ବଦେଶ ବାଳୀୟାର ସିଂହ, ଅମିତା ବଳିୟାର ସିଂହ, ତ୍ରିଲୋଚନ ମହାପାତ୍ର, ସୁମିତା ଜେନା, ମା ସନ୍ତୋଷି ସ୍ୱୟଂ ସହାୟିକା ଗୋଷ୍ଠୀ, ସୁବ୍ରତ କୁମାର ପାଇକରାୟ, ବିରଞ୍ଚି ନାରାୟଣ ସାହୁ, ମୀନା ପଣ୍ଡା, ଗାୟତ୍ରୀ ପ୍ରଧାନ, ସୁବ୍ରତ କୁମାର ପଣ୍ଡା, ମା ବନଦୂର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷି ଓ ଆନୁସଙ୍ଗିକ କୃଷି ରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଉଦ୍ଘୋଷିକା ପାୟଲ ନାୟକ, ଉଦ୍ଘୋଷକ ଅବନୀ ମିଶ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଉପଢ଼ୌକନ, ମେଳା ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l ପ୍ରାରମ୍ଭରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ମେଳାରେ ବହୁ ଜନ ସମାବେଶ ହୋଇଥିଲା l ସର୍ବଶେଷରେ ଅନୁରାଗ ଦାଶ, ସୁବ୍ରତ କୁମାର, ଯାଜ୍ଞସେନୀ ନାୟକ ଏବଂ ଆର ଡି ଏକ୍ସ ଡାନ୍ସ ଗ୍ରୁପ୍ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ମେଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ୧୦ଟି ବ୍ଲକରୁ ପ୍ରାୟ ୧୫୦୦ ଚାଷୀ ଅଂଶଗ୍ରହଣ କରିଥିଲେ। ଉକ୍ତ ମେଳାରେ ପ୍ରତ୍ୟକ ଦିନ ପ୍ରାଣିସମ୍ପଦ ବିଭାଗ ତରଫରୁ ଦୁଇ ଜଣ ଓ ମତ୍ସ୍ୟ ବିଭାଗ ତରଫରୁ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକ ଯୋଗଦାନ କରି ଚାଷୀ ମାନଙ୍କ ସହିତ ପ୍ରଣିପାଳନ ଓ ମତ୍ସ୍ୟ ଚାଷ ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା କରି ଚାଷୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ଉକ୍ତ ମେଳାରେ ପ୍ରାଣିସମ୍ପଦ ଓ ମସ୍ଚ୍ୟ ବିଭାଗ ତରଫରୁ ବିଭିନ୍ନ ଷ୍ଟଲଲ ମାନ ଖୋଲାଯାଇ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ବଧୀୟ ପ୍ରଚାର ପତ୍ରିକା ଓ ତଥ୍ୟ ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ ବ୍ଲକରୁ ବିଭିନ୍ନ ବିଭାଗ ତଥା ସ୍ବଦେଶୀ ଜାତୀୟ ଗଧନ ଗୀର, ସହିୱାଲ, ବିଦେଶୀ ଜାତୀୟ ଗୋ ଧନ ଶଙ୍କର ଜର୍ସି ଏବଂ ହୋଲଷ୍ଟିନ, ବୀଥାଳ ପ୍ରଜାତିର ଛେଳି, ନେଲ୍ଲୋର ପ୍ରଜାତିର ମେଣ୍ଢା ସହିତ ବିଭିନ୍ନ ପ୍ରଜାତିର କୁକୁଟ ପକ୍ଷୀ ମାନଙ୍କର ଜୀବନ୍ତ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ମତ୍ସ୍ୟ ବିଭାଗ ତରଫରୁ ଜୈବ ପୁଞ୍ଜ ପ୍ରଣାଳୀରେ ମାଛ ଚାଷର ଜୀବନ୍ତ ପ୍ରଦର୍ଶନ ଚାଷୀ ମାନଙ୍କୁ ମୋହିତ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande