ଜିଲ୍ଲାସ୍ତରୀୟ ଡବଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ନୂଆପଡ଼ା, ୧୮ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଡବଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟନ ହୋଇଯାଇଅଛି। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଯୁବ କ୍ରୀଡାବିତଙ୍କୁ ଉତ
District level bedminton turnament


ନୂଆପଡ଼ା, ୧୮ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଡବଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟନ ହୋଇଯାଇଅଛି। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଯୁବ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର କୁମାର ବଢାଇ, ଖଡିଆଳ ବେଡମିଣ୍ଟନ କ୍ଳବ୍ ଖଡିଆଳ ଉପ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ପପୁ ଅଗ୍ରୱାଲ ପ୍ରମୁଖ ଯୋଗ ମଞ୍ଚାସିନ ହୋଇଥିଲେ। ଉଦ୍ଘାଟନ ପରେ ଜିଲ୍ଲାପାଳ ଏବଂ ଅଧିକ୍ଷଣ ଯନ୍ତ୍ରୀ ଡବଲ ମେଚ ଖେଳିଥିଲେ ଏଥିରେ ଜିଲ୍ଲାପାଳ ବିଜୟୀ ହୋଇଥିଲେ। କ୍ରୀଡାବିତଙ୍କୁ ଉତ୍ସାହିତ କରିବା ସହ ବହୁ ପ୍ରତିଯୋଗୀ ସାମିଲ ହୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି।

ବୋଡ଼େନ, ନୂଆପଡ଼ା, ସିନାପାଲି, କୋମନା ଏବଂ ଖଡିଆଳ ଅଞ୍ଚଳରୁ ବହୁ ଖେଳାଳି ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande