ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟରେ କ୍ରିଷ୍ଣା ବିକାଶ ଏକାଦଶ ବିଜୟୀ
ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟରେ 'କ୍ରିଷ୍ଣା ବିକାଶ ଏକାଦଶ' ବିଜୟୀ
ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟରେ 'କ୍ରିଷ୍ଣା ବିକାଶ ଏକାଦଶ' ବିଜୟୀ


ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟରେ 'କ୍ରିଷ୍ଣା ବିକାଶ ଏକାଦଶ' ବିଜୟୀ


ସମ୍ବଲପୁର, ୧୮, ଜାନୁଆରୀ (ହି.ସ) ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡ ଠାରେ ନୂତନ ବର୍ଷ ଅବସରରେ ବନ୍ଧୁ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ରେ କ୍ରିଷ୍ଣା ବିକାଶ ଏକାଦଶ ଦଳ ବିଜୟ ଲାଭ କରିଛି। ପ୍ରଥମେ କ୍ରିଷ୍ଣା ବିକାଶ ଦଳ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୧୨ ଓଭରରେ ୫ୱିକେଟ ବିନିମୟରେ କ୍ରିଷ୍ଣା ବିକାଶ ଦଳ ୧୩୩ ରନ ସଂଗ୍ରହ କରିଥିଲା। ଡାକ୍ତର ଲୋକେଶ ୩୬ରନ ଓ ଡାକ୍ତର ବିବେକ ୩୪ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ପ୍ରେସ ଏକାଦଶ ପକ୍ଷରୁ ସମୀର ଷଡ଼ଙ୍ଗୀ, ବାଦଶାହ ଜୁସମନ ରାଣା, ଗୁଣମଣୀ ବିଶ୍ୱାଳ, ଚୈତନ୍ୟ ନାୟକ, ସୁବ୍ରତ ମିଶ୍ର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଅପରପକ୍ଷରେ ପ୍ରେସ ଏକାଦଶ ୧୩୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲା କ୍ଷ ପ୍ରେସ ଏକାଦଶ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ବିନିୟମରେ ମାତ୍ର ୧୦୫ ରନ ସଂଗ୍ରହ କରି ପାରିଥିଲା କ୍ଷ ଦଳ ପକ୍ଷରୁ ସୁବ୍ରତ ମିଶ୍ର ୩୦, ମାନସ ସାହୁ ୧୫,ଗୁଣମଣୀ ବିଶ୍ୱାଳ ଅପରାଜିତ ୧୬ ରନ ଓ ସତ୍ୟଜିତ ମହାପାତ୍ର ଅପରାଜିତ ୧୩ ରନ ସଂଗ୍ରହ କରିଥିଲେ କ୍ଷ କ୍ରିଷ୍ଣା ବିକାଶ ଦଳ ପକ୍ଷରୁ ହିମାଂଶୁ ଓ ତପନ ୨ଟି ଲେଖାଏଁ ୱିକେଟ ଓ ତ୍ରିନାଥ ଓ ବିସ୍ମୟ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଉଦଯାପନୀ ଉତ୍ସବରେ କ୍ରିଷ୍ଣା ବିକାଶ ଗ୍ରୁପର ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସୁସ୍ଥ ଜୀବନରେ ଖେଳର ବିଶେଷ ମହତ୍ୱ ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ। ଡା. ଦିଲ୍ଲୀପ କୁମାର ନନ୍ଦ ମ୍ୟାଚ୍ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande