କୁଣ୍ଡାମାଲ ଠାରେ ଓବିସି ମଞ୍ଚର ‘ଗାଁକୁ ଚାଲ’ ଅଭିଯାନ: ହକ୍‌ ଓ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା
ବଲାଙ୍ଗିର, 18 ଜାନୁଆରି (ହି.ସ.) ପୁଇନ୍ତଲା ବ୍ଲକ୍‌ ଅନ୍ତର୍ଗତ କୁଣ୍ଡାମାଲ ସାପ୍ତାହିକ ବଜାର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟରେ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆୟୋଜିତ ହୋଇଯାଇଛି। ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠ
କୁଣ୍ଡାମାଲ ଠାରେ ଓବିସି ମଞ୍ଚର ‘ଗାଁକୁ ଚାଲ’ ଅଭିଯାନ: ହକ୍‌ ଓ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା


ବଲାଙ୍ଗିର, 18 ଜାନୁଆରି (ହି.ସ.) ପୁଇନ୍ତଲା ବ୍ଲକ୍‌ ଅନ୍ତର୍ଗତ କୁଣ୍ଡାମାଲ ସାପ୍ତାହିକ ବଜାର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟରେ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆୟୋଜିତ ହୋଇଯାଇଛି। ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ବରେ ଥିଲେ ଜିଲ୍ଲା ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ବା।

ଏହି ଅବସରରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ ,ଜିଲ୍ଲା କୋଷାଧ୍ୟକ୍ଷ ମଧୁସୂଦନ କ୍ଷେତୀ, ସୁରଥ ପଟେଲ୍‌, ଓକିଲ ଉମାକାନ୍ତ ସାହୁ ଏବଂ ଉତ୍ତମ ଖମାରୀ ପ୍ରମୁଖ ଉପସ୍ଥିତ ରହି ଓବିସି ସମ୍ପ୍ରଦାୟର ହକ୍‌ ଏବଂ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଓବିସି ସମ୍ପ୍ରଦାୟର ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କର ଅଧିକାର ସୁରକ୍ଷା ନିଶ୍ଚିତ କରିବା।

ପୁଇନ୍ତଲା ବ୍ଲକ୍‌ର ବିଭିନ୍ନ ଗ୍ରାମ ପଞ୍ଚାୟତର କମିଟି ସଦସ୍ୟ ଓ ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ବିକାଶ ଏବଂ ଓବିସି ସମାଜର ଉନ୍ନୟନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଅଭିଯାନ ଆଗାମୀ ଦିନରେ ଅଧିକ ଗ୍ରାମରେ ବ୍ୟାପିବାକୁ ଯୋଜନା ରହିଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande