ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ୨୦୨୬
ବଲାଙ୍ଗୀର, ୧୮ ଜାନୁଆରୀ(ହି.ସ.) – ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ବାର୍ଷିକ ସାଧାରଣ ସଭା ସଫଳତା ସହିତ ଆୟୋଜିତ ହୋଇଛି। ଏହି ସଭାରେ ସାରା ଜିଲ୍ଲାରୁ ପ୍ରାୟ ୫୦୦ ଯୁବ ସଦସ୍ୟ ଭାଗ ନେଇ ଗତ ବର୍ଷର ସାମାଜିକ କାର୍ଯ୍ୟକଳାପ ଏବଂ ସଂଗଠନର ବାର୍ଷିକ ସାମାଜିକ ପ୍ରଭାବ ସମ୍ପର୍କରେ ଆ
ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ୨୦୨୬


ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ୨୦୨୬


ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ୨୦୨୬


ବଲାଙ୍ଗୀର, ୧୮ ଜାନୁଆରୀ(ହି.ସ.) – ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ବାର୍ଷିକ ସାଧାରଣ ସଭା ସଫଳତା ସହିତ ଆୟୋଜିତ ହୋଇଛି। ଏହି ସଭାରେ ସାରା ଜିଲ୍ଲାରୁ ପ୍ରାୟ ୫୦୦ ଯୁବ ସଦସ୍ୟ ଭାଗ ନେଇ ଗତ ବର୍ଷର ସାମାଜିକ କାର୍ଯ୍ୟକଳାପ ଏବଂ ସଂଗଠନର ବାର୍ଷିକ ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ରହି ସଂଗଠନର ସାମାଜି ସେବାକୁ ସ୍ୱୀକୃତି ଓ ପ୍ରଶଂସା କରିଥିଲେ। ସଭାରେ ମାହେଶ୍ୱରୀ ର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଆଗାମୀ ବର୍ଷ ପାଇଁ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରି କହିଥିଲେ ଯେ ମାହେଶ୍ୱରୀ କୁ ଜିଲ୍ଲାର ସବୁଠାରୁ ଶକ୍ତିଶାଳୀ, କ୍ରିୟାଶୀଳ ଏବଂ ନିଷ୍ଠାବାନ ସାମାଜିକ ସଂଗଠନ ଭାବରେ ଗଢି ତୋଳିବା ଆମ ଲକ୍ଷ୍ୟ। ସେ କହିଥିଲେ ଯେ, ସମାଜ ସେବାର ଆଧାର ମୂଳସ୍ତରରୁ ହେବା ଉଚିତ ଏବଂ ଏହି ଦିଗରେ ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଭାଗ ଆବଶ୍ୟକ। ଏହି ଅବସରରେ ସମାଜର ବୃଦ୍ଧ ବର୍ଗର ସହାୟତା ଉଦ୍ଦେଶ୍ୟରେ ୧୦ ଜଣ ବିଶିଷ୍ଠ ନାଗରିକଙ୍କୁ ସହାୟକ ସାମଗ୍ରୀ ଯଥା ହ୍ୱିଲ ଚେୟାର, କମୋଡ୍‌, ନେକ୍ ବେଲ୍ଟ ଆଦି ପ୍ରଦାନ କରାଯାଇଥିଲା। ସଭାକୁ ତୃପ୍ତିମୟୀ ମହାପାତ୍ର ସଫଳତାର ସହିତ ସଂଯୋଜନା କରିଥିଲେ। ଏହି ସଭାରେ ଟିଟିଲାଗଡ, ଦେଓଗାଁ, ତରଭା, ଆଗଲପୁର, ଲୋଇସିଂହା, ପାଟଣାଗଡ, ଖପ୍ରାଖୋଲ, ବଲାଙ୍ଗୀର ସଦର ଏବଂ ପୁଇଁନ୍ତଲା ଶାଖାମାନେ ଉପସ୍ଥିତ ରହିଥିଲେ। ସଂଗଠନର ସଭାପତି ଶୋଭନ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଦସ୍ୟ ପ୍ରୀତିଶ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭାକୁ ସଫଳ କରିବାରେ ସୋମେଶ ମିଶ୍ର, ଆଶିଷ ଜେନା, ରାଜ ବାଲୁଙ୍କେଶ୍ୱର ନନ୍ଦ, ଶିବାନନ୍ଦ ସାହାଣୀ, ଯତୀନ୍ଦ୍ର ସାହୁ, କରନ ବେହେରା, ସାହିଲ ସିଂହ ଗଡତ୍ୟା, ଆୟୁଷ ସାହୁ, ଅବିନାଶ ସାହୁ, ସମୀର ମହାନନ୍ଦ, ଶିବ ମହାମଲ୍ଲିକ, ଦେବାଶିଷ ପାଣ୍ଡିଆ, ପ୍ରେମାଶିଷ ପାଣ୍ଡିଆ, ଦୀପକ ତ୍ରିପାଠୀ, ସସ୍ମିତା ଦାଶ, ସୁଷମା ବହିଦାର, ସୁପ୍ରମା ବହିଦାର, ପ୍ରବୀଣ ବହିଦାର, ପଦ୍ମାଳୟା ବାରିକ, ବିଷ୍ଣୁପ୍ରିୟା ପାଣି, ଶୁଭଶ୍ରୀ ପଟ୍ଟନାୟକ, ବୈଶାଳୀ ବହିଦାର, ସଂଜୟ ଅଗ୍ରୱାଲ, ସୁରଜ କୁମାର ପଟେଲ ଆଦି ସଦସ୍ୟମାନେ ସହଯୋଗ କରିଥିଲେ। ସଭା ଶେଷରେ ମାହେଶ୍ୱରୀ ପକ୍ଷରୁ ଆଗାମୀ ଦିନରେ ଅଧିକ ସଂଗଠିତ ଭାବେ ମୂଳସ୍ତରରୁ ସମାଜ ସେବା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତି ନିଆଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande