
ଭୁବନେଶ୍ୱର 18 ଜାନୁଆରି (ହି.ସ.) ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଆସନ୍ତା କାଲି ଲୋୟର
ପିଏମଜିଠାରେ ମନରେଗା ବଞ୍ଚାଅ ସତ୍ୟାଗ୍ରହ ଅନୁଷ୍ଠିତ ହେବ l ଏହି ପରିପେକ୍ଷୀରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ
ଅନୁଷ୍ଠିତ ହୋଇଥିଲା ଏଥିରେ ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ ଓ ସମ୍ପାଦକ ବିଜୟ ପ୍ରଧାନ
ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ l
ଅଧ୍ୟକ୍ଷ ଶ୍ରୀ
ଦାଶ କହିଲେ, ଗତ ସଂସଦୀୟ ଅଧିବେଶନରେ
ଭାରତ ସରକାର ଐତିହାସିକ ଆଇନ ମନରେଗାକୁ ବିକୃତ ଏବଂ କଦାକାର କରି ଜାତିର ପିତା ମହାତ୍ମା
ଗାନ୍ଧୀଙ୍କ ନାମକୁ ବାଦ ଦେଇଛନ୍ତି ଯାହା ସମଗ୍ର ଭାରତବର୍ଷ ପାଇଁ ଏକ ନିନ୍ଦନୀୟ ଘଟଣା l କେବଳ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦିଆଯାଇ ନାହିଁ ଆଇନରେ ଥିବା
ବିଭିନ୍ନ ନିୟମ ଗୁଡିକୁ ନଷ୍ଟ କରି ଦିଆଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ