ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ପ୍ରତିନିଧି ଦଳର ପରିଦର୍ଶନ
ନୂଆପଡ଼ା, ୧୮ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ସେମାନେ ବର୍ଜ୍ୟବସ୍ତୁ ପ୍ରଶମନ, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉନ୍ନତ ବ୍ୟବସ୍ଥା, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଖୋଲା ସ୍ଥାନରେ ଉଦ୍ୟାନ ନିର୍ମାଣ କରିବ ପାଇଁ ଆହ୍ୱାନ
Rajya pratinidhi dala


ନୂଆପଡ଼ା, ୧୮ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ସେମାନେ ବର୍ଜ୍ୟବସ୍ତୁ ପ୍ରଶମନ, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉନ୍ନତ ବ୍ୟବସ୍ଥା, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଖୋଲା ସ୍ଥାନରେ ଉଦ୍ୟାନ ନିର୍ମାଣ କରିବ ପାଇଁ ଆହ୍ୱାନ କରିଛନ୍ତି। ସେହିପରି ମିଶନ ଶକ୍ତି କେଫେ ପରିଦର୍ଶନ କରି ରୋଗୀଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ଜ୍ୟବସ୍ତୁ ଉପଯୁକ୍ତ ପ୍ରଶମନ କରିବା ପାଇଁ ଆହ୍ୱାନ କରିଛନ୍ତି। ଏହି ଗସ୍ତରେ ରାଜ୍ୟ ପ୍ରତିନିଧି ଦଳ ମଧ୍ୟରେ ଡଃ. ଅମରେଶ ମିଶ୍ର, ଏନ୍‌ସିଡ଼ି ରାଜ୍ୟ ସଂଯୋଜକ ଲାଲିତ ମୋହନ ସାହୁ, ହୀରାଲାଲ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ. ରଞ୍ଜିତ କୁମାର ରାଉତ, ଡଃ ମହେନ୍ଦ୍ର ମାଝୀ, ସ୍ୱାସ୍ଥ୍ୟ ମେନେଜର, ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସନ୍ତୋଷ ଜନକ କାର୍ଯ୍ୟ ହେଉଥିବାବେଳେ ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande