
ଜୟପୁର, ୧୮ ଜାନୁଆରୀ(ହି.ସ.) – ବହୁ ଦିନ ଧରି ଫେରାର ରହିଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଆଜି ଜୟପୁର ସଦର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ବାଲିଆ ଗ୍ରାମର ସନିଆ ଗାଦବା(୨୮) ଓ ନୂଆଗୁଡା ଗ୍ରାମର କୁମ ଭୁମିଆ(୪୧) ବୋଲି ଜଣାପଡିଛି। ସନିଆ ଗାଦବା ଗତ ୨୦୨୪ ମସିହାରେ ଚୋରା ମଦ କାରବାରରେ ଗୋଟିଏ ଅପରାଧିକ ମାମଲାରେ ସପ୍ସପୃକ୍ତ ଥିବାବେଳେ କୁମ ଭୁମିଆ ମଧ୍ୟ ୨୦୨୪ ମସିହା ଚୋରା ମଦ କାରବାରରେ ସପ୍ସପୃକ୍ତ ଥିଲେ। ଉଭୟେ ଗିରଫଦାରୀ ଏଡାଇବା ଲାଗି ସେହିଦିନଠାରୁ ଫେରାର ରହିଥିଲେ। ତେବେ ପୁଲିସ ସନ୍ଧାନ ଜାରି ରଖିଥିଲା ବେଳେ ଆଜି ଧରିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି