ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ୧୮ ଜାନୁଆରୀ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟବର୍ତୀ ପୂଜା ଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋ
ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ


ସୁବର୍ଣ୍ଣପୁର, ୧୮ ଜାନୁଆରୀ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟବର୍ତୀ ପୂଜା ଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରଣା ଓ ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନିତାଇ ମଟାରୀ ନେତୃତ୍ୱ ନେଇଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବଣଭୋଜିର ମଜା ନେବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିଥିଲେ। ପତ୍ର ତିଆରି ଖଲି ପାତ୍ର ବ୍ୟବହାର ହେବା ସହ ବିଶୁଦ୍ଧ ପିଇବା ପାଣି ଟାଙ୍କି ବ୍ୟବହାର ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ଗଛପତ୍ରକୁ ଚିହ୍ନିବା ସହିତ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ। ଜୀବଜନ୍ତୁ, ଗଛ ଲତା, ଆର୍ଦ୍ରଭୂମି ସୁରକ୍ଷା କରିବାର ଉପାୟ ବିଷୟରେ ଧାରଣା ପାଇଥିଲେ। ଶିକ୍ଷୟିତ୍ରୀ ଅଲ୍ଲୀକା ନାଗଙ୍କ ମାର୍ଗ ଦର୍ଶନରେ ପୂଜା ଡୁଙ୍ଗୁରିର ଐତିହାସିକ ପୀଠ ପରିଦର୍ଶନ ସହ କିମ୍ବଦନ୍ତୀ ବିଷୟରେ ଶିକ୍ଷାଲାଭ କରିଥିଲେ। ପର୍ଶୁରାମ ଭୋଇ, ୱାର୍ଡ ସଭ୍ୟ ଦୂତିଆ ଦାସ, ଗଣନାଥ ଗହୀର, ବିଷ୍ଣୁ ପଧାନ, କଳ୍ପନାଭୋଇ, ପୁଷ୍ପାଞ୍ଜଳି ମଟାରୀ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ପୁରୋତମ ପଧାନ ଓ ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ। ଶେଷରେ ପୁରାତନ ଛାତ୍ର ଆକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande