
ରାଇରଙ୍ଗପୁର, ୧୮ ଜାନୁଆରୀ (ହି.ସ.)-
ମୟୂରଭଞ୍ଜ ଜିଲ୍ଲା ତିରଂ ବ୍ଲକସ୍ତରୀୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୮ତମ ଜନ୍ମମହାମହୋତ୍ସବ ତଥା ବ୍ଲକସ୍ତରୀୟ ବାର୍ଷିକ ଉତ୍ସବ ଆଜି ବଡଡାଳିମା ସତସଙ୍ଗ କେନ୍ଦ୍ର ଆନୁକୂଲ୍ଯରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ଗୋଲକ ବିହାରୀ ଆଚାର୍ଯ୍ଯ (ସ.ପ୍ର.ଋ) ସଭାପତିତ୍ବ କରିଥିଲେ l ଅନ୍ଯାନ୍ଯ ବକ୍ତାମାନଙ୍କ ମଧ୍ଯରୁ ସ.ପ୍ର.ଋ ବାବାଜୀ ଖୁଣ୍ଟିଆ, ନିଗମାନନ୍ଦ ପଟ୍ଟନାୟକ ଓ ଚିତ୍ତରଂଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ଯକ୍ରମରେ ପ୍ରାତଃ ସମୟରେ ପ୍ରଭାତ କୀର୍ତ୍ତନ, ପରେ ସମବେତ ପ୍ରାର୍ଥନା କରାଯାଇଥିଲା l ବଡଡାଳିମା, ରତନସାହି ସତସଙ୍ଗ କେନ୍ଦ୍ର ଠାରୁ ଏକ ସୁଶୋଭିତ ରଥ ଦ୍ବାରା ବଡଡାଳିମା ବଜାରରେ ନଗର କୀର୍ତ୍ତନ କରି ଭକ୍ତମାନେ ନଗର ପରିକ୍ରମା କରିଥିଲେ l ୧୧ଟା ୩୦ ମିନିଟ ସମୟରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସତ୍ଯାନୁସରଣ ତ୍ରିଲୋକାନନ୍ଦ ଆଚାର୍ଯ୍ଯ ପାଠ କରିଥିଲା ବେଳେ ନାରୀର ନୀତି ବୃନ୍ଦାବନ ମହାନ୍ତ (ଯାଜକ) ପାଠ କରିଥିଲେ l ସର୍ବଶ୍ରୀ ନିଲୁରାନୀ ସାହୁ, ରାମେଶ୍ବର ସାହୁ, ବର୍ଷାରାଣୀ ମହାନ୍ତ, ପ୍ରତାପ ଚରଣ ପଶୁପାଳକ ଓ ମଳୟ ଦତ୍ତ ପ୍ରମୁଖ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ l ବକ୍ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ନେଇ ଜୀବନରେ କିପରି ବ୍ଯକ୍ତିଜୀବନ, ପାରିବାରିକ ଜୀବନ, ସମାଜ ଓ ରାଷ୍ଟ୍ର ଜୀବନରେ ସୁଧାର ଆଣି ପ୍ରତ୍ଯେକ ବ୍ଯକ୍ତି ମଧ୍ଯରେ ଆନନ୍ଦ ଓ ଶାନ୍ତି ସ୍ଥାପନ କରିପାରିବେ, ସେ ସଂପର୍କରେ ବିଶେଷ ଭାବେ ଗୁରୁତ୍ବ ଆରୋପ କରିଥିଲେ l ଉଦାହରଣ ସହ ଶ୍ରୀ ଶ୍ରୀ ଠାକୁରଙ୍କର ବାଣୀ ଓ ଜୀବନୀ ବିଷୟରେ ଆଲୋଚନା କରି ତାଙ୍କର ଆଦର୍ଶକୁ ଗ୍ରହଣ କରି ନିଜ ଜୀବନରେ ଜଣେ ଆଦର୍ଶବାନ ହେବାକୁ ପ୍ରେରଣା ଦେଇଥିଲେ l
ଅନ୍ଯମାନଙ୍କ ମଧ୍ଯରୁ ମୟୂରଭଞ୍ଜ ଜିଲ୍ଲାରୁ କର୍ମୀମାନେ ଯୋଗ ଦେଇଥିଲେ l କମଳାକାନ୍ତ ମହାନ୍ତ, ଲକ୍ଷମନ ଗିରି, ଗଗନଧ୍ବଜ ମହାନ୍ତ, ଅଟଳ ବିହାରୀ ଦାସ, ମନ୍ମଥ ମହାନ୍ତ, ବିଭୂତି ଭୂଷଣ ଜ୍ଯୋତିଷୀ, ସନ୍ତୋଷ କୁମାର ଗିରି ପ୍ରମୁଖ ଉପସ୍ଥିତ ଥିଲେ l ` ମା ´ ମାନଙ୍କୁ ନେଇ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ତଥା ଟାଟା, ଖରସୁଆଁ, ଷଢେଇକଳା ଇତ୍ଯାଦିରୁ ୫ ଶହରୁ ଉର୍ଧ୍ଵ ଯୋଗ ଦାନ ଦେଇ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ ବହୁ କର୍ମୀଙ୍କ ସହାୟତାରେ କାର୍ଯ୍ଯକ୍ରମ ସଫଳ ହୋଇପାରିଛି l ସେମାନେ ହେଲେ ସୁଦୀପ୍ତ କୁମାର ସାହୁ, ଜନ୍ମେଜୟ ମଣ୍ଡଳ, ଅଶୋକଚକ୍ର ସାହୁ, ଶିରିଶ ଚନ୍ଦ୍ର ଥୟାଲ, ଗୋପିନାଥ ସାହୁ, ବାସୁଦେବ ସିଂ, ସଂଜିତ କୁମାର ଥୟାଲ ଓ ହରେକୃଷ୍ଣ ସାହୁ ପ୍ରମୁଖ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ