
ମୁଖୀଗୁଡା, ୧୮ଜାନୁଆରୀ (ହି.ସ.)- ଜୟପାଟଣା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ରାଜନୀତିରେ ଅଭିଜ୍ଞ ବରିଷ୍ଠ ନେତା ସୁଶୀଲ ନାଏକଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ଅନୁମୋଦନ କ୍ରମେ ଜୟପାଟଣା ବ୍ଲକ ସଭାପତି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବ୍ଲକ କଂଗ୍ରେସର କର୍ମକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀ ନାଏକ ଗତ ବିଧାନସଭା ନିର୍ବାଚନରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ବେଳେ ଦଳ ପ୍ରତି ତାଙ୍କର ନିଷ୍ଠା, ତ୍ୟାଗ ଓ କାର୍ଯ୍ୟନିର୍ବାହ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ମିଳିବା ପରେ ବ୍ଲକ କଂଗ୍ରେସ ପକ୍ଷରୁ ଅନ୍ୟ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ କଂଗ୍ରେସର ମୂଳମନ୍ତ୍ରକୁ ନେଇ ବ୍ଲକରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଶ୍ରୀ ନାଏକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ତାଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାରୁ ଓଡ଼ିଶା କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ନିହାର