ତୁଷୁରା ଏନଏ‌ସି କ୍ଲଷ୍ଟରର ଶିକ୍ଷକମାନଙ୍କ ବୌଦ୍ଧ ବିହାର ଜିରାଙ୍ଗକୁ ଶୈକ୍ଷିକ ଭ୍ରମଣ
ବଲାଙ୍ଗିର, ୧୮ ଜାନୁଆରୀ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନଏ‌ସି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଶୈକ୍ଷିକ ଭ୍ରମଣ ହୋଇଛି। ସିଆରସିସି ଜଗମୋହନ ତ୍ରିପାଠୀଙ୍କ ନେତୃତ୍ୱରେ ଗତ ୧୭ ତାରିଖ ରାତି ୧୨ଟାରେ ତୁଷୁରାରୁ ବାହାରି ପ୍ରଥମେ ଓଡ଼ିଶାର
ତୁଷୁରା କ୍ଲଷ୍ଟରର ଶିକ୍ଷକମାନଙ୍କ ବୌଦ୍ଧ ବିହାର ଜିରାଙ୍ଗ କୁ ଶୈକ୍ଷିକ ଭ୍ରମଣ*


ବଲାଙ୍ଗିର, ୧୮ ଜାନୁଆରୀ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନଏ‌ସି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଶୈକ୍ଷିକ ଭ୍ରମଣ ହୋଇଛି। ସିଆରସିସି ଜଗମୋହନ ତ୍ରିପାଠୀଙ୍କ ନେତୃତ୍ୱରେ ଗତ ୧୭ ତାରିଖ ରାତି ୧୨ଟାରେ ତୁଷୁରାରୁ ବାହାରି ପ୍ରଥମେ ଓଡ଼ିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ପରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଏବଂ ଗଜପତି ଜିଲ୍ଲାର ଖସଡା ଜଳପ୍ରପାତ ଓ ବୌଦ୍ଧ ବିହାର ଜିରାଙ୍ଗ ପରିଦର୍ଶନ କରିଥିଲେ। ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ଅନୁଭୁତି ଶିଶୁ ମାନଙ୍କୁ ଶିକ୍ଷାଦାନ ସମୟରେ ସହଯୋଗ କରିବ ବୋଲି ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଥିରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ, ତୁଷୁରା ବାଳିକା ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, କପସିଲା ପିଏମ୍ ଶ୍ରୀ ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସ, ଧାନଘରା ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ଦୁତିଆ ସେଠ, ନଅଗାଁ କଲୋନି ପଡାର ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ବଜ ମେହେର ତଥା ୪୦ ଜଣ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande