ଘରରେ ପଶି ଚୋରି ମାମଲା : ଦୋଷୀକୁ ୨ ବର୍ଷ ଜେଲ୍ ଦଣ୍ଡ
କେନ୍ଦୁଝର, ୧୮ ଜାନୁଆରୀ (ହି.ସ.)- ଘରେ ପଶି ଚୋରି ମାମଲାରେ ଦୈତାରି ଥାନା ଅନ୍ତର୍ଗତ ସେକ୍ଟର ୧, ଦୈତାରି ଗ୍ରାମର ଜୟରାମ ସି ଓରଫ ଡାକ୍ତର (୨୨)ଙ୍କୁ ଦୁଇଟି ଦଫାରେ ୨ ବର୍ଷ ଲେଖାଏଁ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅଧିକ ୧ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ଗତ
ଘରରେ ପଶି ଚୋରି ମାମଲା : ଦୋଷୀକୁ ୨ ବର୍ଷ ଜେଲ୍ ଦଣ୍ଡ


କେନ୍ଦୁଝର, ୧୮ ଜାନୁଆରୀ (ହି.ସ.)- ଘରେ ପଶି ଚୋରି ମାମଲାରେ ଦୈତାରି ଥାନା ଅନ୍ତର୍ଗତ ସେକ୍ଟର ୧, ଦୈତାରି ଗ୍ରାମର ଜୟରାମ ସି ଓରଫ ଡାକ୍ତର (୨୨)ଙ୍କୁ ଦୁଇଟି ଦଫାରେ ୨ ବର୍ଷ ଲେଖାଏଁ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅଧିକ ୧ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ଗତକାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ ରାୟ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ତା ୩୦.୦୪.୨୦୨୫ ରିଖ ଯାଜପୁର ଜିଲ୍ଲାର ସମରାପିଟା ଗ୍ରାମର ରବିନ୍ଦ୍ର କୁମାର ଦାସ ତଙ୍କ ଦୈତାରି ଗ୍ରାମର ବାରବାଟୀ ହାଇସ୍କୁଲ୍ ନିକଟରେ ଥିବା ଘରରୁ ଆଜବେଷ୍ଟସ ତାଡି ଘରର ଆସବାପତ୍ର ଏବଂ ପଡିଶା ଘରର କବାଟ ଲକକୁ ତାଡି ଖଟକୁ କେହି ଚୋରି କରିଥିବାର ଦୈତାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୩୯/୨୦୨୫ରେ ଏକ ମାମଲା ରୁଜୁ କରିଥିଲା। ଏଏସଆଇ ପ୍ରଦ୍ୟୁମ୍ନ କୁମାର ସାହୁ ତଦନ୍ତ କରି ଦୈତାରି ଗ୍ରାମର ଜୟରାମ ସିଂଙ୍କୁ ଓରଫ ଡାକ୍ତର ପାଖରୁ ଚୋରି ଜିନିଷ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୩୧(୩)/୩୦୫(a) ଅନୁଯାୟୀ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହି ମାମଲାରେ କୋର୍ଟ ୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦୋଷୀକୁ ବିଏନ୍ଏସ୍ ର ଧାରା ୩୩୧(୩) ଅନୁଯାୟୀ ୨ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦାୟ ଅଧିକ ୧ ମାସ ଜେଲ୍ ସେହିପରି ବିଏନ୍ଏସ୍ ର ଧାରା ୩୦୫(ଏ) ଅନୁଯାୟୀ ୨ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦାୟ ଅଧିକ ୧ ମାସ ଜେଲ୍ ବୋଲି କୋର୍ଟ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଶିବାଜୀ ଗୌତମ ମହାନ୍ତ ବର୍ମା ମାମଲା ପରିଚାଳନା କରୁଥଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande