ବିଜେଡି ଅଭିଯୋଗ ମିଛ, ନବୀନଙ୍କ ସହ କଥା ହୋଇ ପରେ ଉତ୍ତର ଦେବି : ଅରବିନ୍ଦ ମହାପାତ୍ର
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଣାଯାଉଥିବା ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହି ଖଣ୍ଡନ କରିଛନ୍ତି ବିଜେଡିରୁ ନିଲମ୍ବିକ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର। ସେ କହିଛନ୍ତି, ପ୍ରତିଦିନ ତାଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ ଆ
ବିଜେଡି ଅଭିଯୋଗ ମିଛ, ନବୀନଙ୍କ ସହ କଥା ହୋଇ ପରେ ଉତ୍ତର ଦେବି : ଅରବିନ୍ଦ ମହାପାତ୍ର


ଭୁବନେଶ୍ୱର, 18 ଜାନୁଆରି (ହି.ସ.)-

ବିଜୁ ଜନତା ଦଳ (ବିଜେଡି)

ପକ୍ଷରୁ ଆଣାଯାଉଥିବା ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହି ଖଣ୍ଡନ କରିଛନ୍ତି ବିଜେଡିରୁ ନିଲମ୍ବିକ ହୋଇଥିବା

ବିଧାୟକ ଅରବିନ୍ଦ ମହାପାତ୍ର। ସେ କହିଛନ୍ତି, ପ୍ରତିଦିନ ତାଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣାଯାଉଛି, ଯାହାର କୌଣସି ଆଧାର ନାହିଁ।

ମହାପାତ୍ର କହିଛନ୍ତି ଯେ

ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ ଏବଂ ମିଡିଆରେ ରଖନ୍ତୁ, ମୁଁ ପ୍ରତ୍ୟେକ ଅଭିଯୋଗର ଉତ୍ତର ଦେବି

ସେ ଆହୁରି କହିଛନ୍ତି, ଯେ, ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ ଚେଷ୍ଟା କରିବି। ତା

ପରେ ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟ ଉତ୍ତର ରଖିବି।

ଉଲ୍ଲେଖନୀୟ ଯେ ଗତ ଦୁଇ

ଦିନ ପୂର୍ବରୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଅରବିନ୍ଦ ମହାପାତ୍ରଙ୍କ ସମେତ ଦଳର ଦୁଇ ଜଣ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ

ପାଇଁ ପାର୍ଟିରୁ ନିଲମ୍ବିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande