
ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ବ୍ଲକ ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଧନେଶ୍ୱର ଜେନା ତତ୍ୱାବଧାନରେ ନିଳକଣ୍ଠପୁର କ୍ଲଷ୍ଟର ସିଆର୍ସିସି ସୌଦାମିନୀ ପତି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ଖେଳ ପଡ଼ିଆରେ ଦୁଇଦିନ ଧରି ଛାତ୍ରଛାତ୍ରୀମାନଙ୍କ ମଧ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗିମାନଙ୍କ ଉଦ୍ଦେଶ୍ୟରେ ଏହି ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାକୁଡ଼ିକୁଦ ନୋଡାଲ ସରକାରୀ ବିଦ୍ୟାଳୟର ଶିକ୍ଷକ ଶତ୍ର୍ନଘ୍ନ ନାୟକ ଓ ଶିକ୍ଷୟିତ୍ରୀ ଟୁନି ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହିତ ଖେଳରେ ପ୍ରତିଯୋଗିତା ମନୋଭାବ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିମାନେ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ