
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- କଟକ ଜିଲ୍ଲା
ନିଆଳି ବରିମୁଣ୍ଡେଇରେ ଥିବା ମହାବୀର ଉଚ୍ଚ ବିଦ୍ୟାଳୟ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରିଛି
ରଜତ ଜୟନ୍ତୀ ସମାରୋହ। ଏହି ଖୁସିର ଉତ୍ସବରେ ଯୋଗ ଦେଇ ଉତ୍ସବକୁ ଉଦଘାଟିତ କରିଛନ୍ତି ଗଣଶିକ୍ଷା
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସର ତାଙ୍କୁ ଆନନ୍ଦିତ କରିଛି ଏବଂ କିଛି ସ୍ମୃତି
ସାଉଁଟିବାର ସମୟ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଏ
ଉତ୍ସବରେ ମଞ୍ଚରୁ ପିଲାମାନଙ୍କ ଉଦ୍ଦେଶ୍ୟରେ କିଛି ସମ୍ବୋଧନ କରିଥିଲେ। ଶିକ୍ଷା, ସମାଜ, ବ୍ୟବହାର ଓ କର୍ମକୁ ନେଇ ଉଦାହରଣ ସ୍ୱରୂପ ଭଲ ମଣିଷ ହେବାର ବାର୍ତ୍ତା
ପ୍ରଦାନ କରିଛନ୍ତି ମନ୍ତ୍ରୀ। ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହାକୁ ପିଲାମାନେ ଗ୍ରହଣ କରି
ଜୀବନରେ କାର୍ଯ୍ୟକାରୀ କରିବେ ଏବଂ ଜଣେ ଜଣେ ଭଲ ମଣିଷ ଭାବରେ ପ୍ରତିଷ୍ଠିତ ହେବେ।
ଉତ୍ସବରେ ସେ କିଛି ସଫଳ
ବ୍ୟକ୍ତିତ୍ବ ଏବଂ ବୁଦ୍ଧିମାନ ବିଦ୍ୟାର୍ଥୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି। ମନ୍ତ୍ରୀ
କହିଛନ୍ତି ଯେ, ଏହି ସମ୍ମାନ ଓ ପୁରସ୍କାର ହିଁ
ଅନାଗତର ଉଜ୍ଜ୍ୱଳ ରାସ୍ତାକୁ ଦେଖାଏ ଏବଂ ସାହସ ଓ ପ୍ରେରଣା ଦିଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା