ଜାଲଶୁଖା ସ୍କୁଲର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣି ଉତ୍ସବ
ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଜାଲଶୁଖା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ
ଜାଲଶୁଖା ସ୍କୁଲର ବାର୍ଷିକ କ୍ରୀଡା  ଓ ପୁରସ୍କାର ବିତରଣି ଉତ୍ସବ


ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଜାଲଶୁଖା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ବେହେରା ଯୋଗଦେଇ ପିଲାମାନଙ୍କ ଖେଳକୁ ଉପଭୋଗ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ସିଏମସି ନିରଞ୍ଜନ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀମାନେ ପାଠ ସହିତ ସାଠକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ୩୫ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । ଅୟୋଜିତ କ୍ରୀଡା ପ୍ରତିଯୋଗିତାରେ ପଂଚମ ଶ୍ରେଣୀ ଛାତ୍ରୀ ଲଷ୍ମୀପ୍ରିୟା ସାମଲ ଚଳିତ ବର୍ଷ ଚମ୍ପିୟାନ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଜୁଲି ନାୟକ, ଗଙ୍ଗା ଦେହୁରୀ, ବାବୁ ଦାସ, ଅଞ୍ଜନା ଦେହୁରୀ, ପୁଷ୍ପ ଦେହୁରୀ, ଝୁନି ଦେହୁରୀ, ଦମୟନ୍ତୀ ସାମଲ, କୋଇଲି ସାମଲ, ସସ୍ମିତା ଦେହୁରୀ, ମିନା ଦେହୁରୀ, ଗେଡି ଦେହୁରୀ, ତାରିଣୀ ନାୟକ, ଲିଲି ଦେହୁରୀ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ସୁମିତ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande