ବର୍ଷେ ଦେଢ଼ ବର୍ଷରେ ବାଲି ମାଫିଆ ସକ୍ରିୟ ହୋଇଛନ୍ତି - ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର , 18 ଜାନୁଆରି (ହି.ସ.)- ବାଲି ମାଫିଆ ଶବ୍ଦ ନୂଆ ନୁହେଁ । ବାଲି ଚୋରୀ ସାଧାରଣ ଘଟଣା ହେଲାଣି । ଗଞ୍ଜାମ ଓ ଜଗତସିଂହପୁରରେ ବହୁତ ଗାଡି ଜବତ ହୋଇଛି ବୋଲି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ଆଇନଶୃଙ
ବର୍ଷେ ଦେଢ଼ ବର୍ଷରେ ବାଲି     ମାଫିଆ ସକ୍ରିୟ ହୋଇଛନ୍ତି - ପ୍ରଶାନ୍ତ ମୁଦୁଲି


ଭୁବନେଶ୍ୱର , 18 ଜାନୁଆରି (ହି.ସ.)- ବାଲି ମାଫିଆ ଶବ୍ଦ ନୂଆ ନୁହେଁ । ବାଲି ଚୋରୀ ସାଧାରଣ

ଘଟଣା ହେଲାଣି । ଗଞ୍ଜାମ ଓ ଜଗତସିଂହପୁରରେ ବହୁତ ଗାଡି ଜବତ ହୋଇଛି ବୋଲି ଜଗତସିଂହପୁର ଜିଲ୍ଲା

ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ଆଇନଶୃଙ୍ଖଳା

ବ୍ୟବସ୍ଥା ଫେଲ ବୋଲି ପ୍ରମାଣିତ ହେଉଛି । ମିଲିଭଗତରେ ଚାଲିଛି । ବ୍ୟାପକ ଖୋଳତାଡ଼ କଲେ ଆହୁରି

ବାହାରିବ । ତଦନ୍ତ ସ୍ୱାଗତଯୋଗ୍ୟ । ହେଲେ ଏହାକୁ ବ୍ୟବସ୍ଥିତ ଭାବେ ସରକାର କରିବା ଦରକାର ।

ବାଲି ବ୍ୟାପାର ପଛରେ ବହୁ ବାହୁବଳୀ ଥାନ୍ତି।ଏହାର ମୂଳ ଯାହା ଟେଣ୍ଡର ପ୍ରକ୍ରିୟା, ତାକୁ ଧରିଲେ ଠିକ୍ ହେବ । ବାଲିଘାଟ ପାଖ ଲୋକ ତ୍ରାହିତ୍ରାହି ଡାକୁଛନ୍ତି । ବର୍ଷେ

ଦେଢ଼ ବର୍ଷରେ ବାଲି ମାଫିଆ ସକ୍ରିୟ ହୋଇଛନ୍ତି । ପ୍ରଶାସନ ସବୁ ଜାଣି ଚୁପ ବସୁଥିଲା ।

ସେହିପରି ଗୋ ମାଫିଆଙ୍କ

ଉପରେ ଚଢ଼ାଉ ହେଉଛି । ଏହା ଦେଶ ଓ ରାଜ୍ୟର ସମସ୍ୟା । ମୂଳ ସ୍ତରରୁ ଏହା ଦେଖିବା କଥା । କିଏ

ବିକୁଛି ଓ କିଏ କିଏ କିଣୁଛି, ଏହା

ଦେଖିବା ବ୍ୟାପକ ସୁଧାର ଆଣିବା ଦରକାର ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande