
ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ଏକ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଣୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହରିହର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦର୍ଶିତ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ପ୍ରଶଂସା କରିଥିଲେ। ଏହି ବିଜ୍ଞାନ ମେଳାରେ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାରିଗୋଟି ବିଭାଗରେ ୩୭ଗୋଟି ପ୍ରକଳ୍ପ ପଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନିରୋଜ ମହାନ୍ତି, ପର୍ଶୁକାନ୍ତ ଜେନା, ସୁରେନ୍ଦ୍ର ତ୍ରିପାଠୀ ଯୋଗଦେଇଥିଲେ। ଅୟୋଜିତ ପ୍ରକଳ୍ପ ପ୍ରଦର୍ଶନୀର ଉପକନିଷ୍ଠ ବିଭାଗରେ ଆଶୁତୋଷ ଜେନା ପ୍ରଥମ, ରୁଦ୍ରନାରାୟଣ ଜେନା ଦ୍ୱିତୀୟ, ବଦ୍ରିନାରାୟଣ ଜେନା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ସତ୍ୟ ପ୍ରକାଶ ଧଳ ପ୍ରଥମ, ଧର୍ମେନ୍ଦ୍ର ବିଶ୍ୱାଳ ଦ୍ୱିତୀୟ ଓ ବିଭାସ ଶେଖର ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଉପବରିଷ୍ଠ ବିଭାଗରେ ପ୍ରିୟାଂଶୁ ଦିବ୍ୟଜ୍ୟୋତି ସ୍ୱାଇଁ ପ୍ରଥମ, ଆୟୁଷି ଶତପଥୀ ଦ୍ୱିତୀୟ ଓ ଲଷ୍ମୀପ୍ରିୟା ସାହୁ ତୃତିୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଦୀପକ ନାୟକ, ଏସ.କେ ୟାସିନ ଅଲ୍ଲୀ, ଶିକ୍ଷୟିତ୍ରୀ ପୂଜାରାଣୀ ଶର , ବିଶ୍ୱରୂପା ନାୟକ, ଶୁଭଶ୍ରୀ ଦାସ, ସ୍ୱପ୍ନା ତ୍ରିପାଠୀ ପ୍ରମୁଖ ସ୍କୁଲର ସମୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ