
ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ଗର୍ବ ଓ ଗୌରବ ଯୁବ ଗବେଶକ ଡ. ସତ୍ୟପ୍ରକାଶ ମିଶ୍ରଙ୍କୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ସମ୍ମାନୀତ କରାଯାଇଛି । ପୂର୍ବଦୋୟ ଦ୍ୱାରା ପୁରୀସ୍ଥିତ ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଆୟୋଜିତ ସାଧବ ଉତ୍ସବ-୨୦୨୬ ଉଦଯାପନୀ ଉତ୍ସବରେ ଲଘୁ, ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟମ ବିଭାଗ ସହ ମାଛ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଲାନନ୍ଦ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଯୁବ ଗବେଷକ ଡଃ ସତ୍ୟପ୍ରକାଶ ମିଶ୍ରଙ୍କୁ “ଯୁବ ଉଦ୍ଭାବକ” ସମ୍ମାନରେ ସମ୍ମାନିତ କରଥିଲେ । ଡ଼ଃ ମିଶ୍ର ନିଟ ସିଚରରୁ ପିଏଚ୍ଡି କରିଥିବା ବେଳେ, ଗତ ଏକ ଦଶନ୍ଧି ଧରି ଭୂକମ୍ପ ତୀବ୍ରତା ଆକଳନ, ଭୂକମ୍ପ-ସହନଶୀଳ ଢଂଚା ନିର୍ମାଣ ଦିଗରେ ଗବେଷଣା କରି ଆସୁଛନ୍ତି । ସେ ଏହି ଦିଗରେ ୧୦ରୁ ଅଧିକ ଆନ୍ତର୍ଜାତୀୟ ଗବେଷଣା ଜର୍ନାଲ୍ ପ୍ରକାଶ କରିବା ସହ ଏକାଧିକ ପେଟେଂଟର ମଧ୍ୟ ଫାଇଲ କରିଛନ୍ତି । ଅଧୁନା ପ୍ରାଚୀନ ନିର୍ମାଣ ଓ ଐତିହ୍ୟ ସଂରଚନାର ସଂରଚନାତ୍ମକ ସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ତାଙ୍କର ଗବେଷଣା ଜାରିରହିଛି । ଏଥିସହ ସେ ମେସିନେକ୍ସ ଷ୍ଟ୍ରକ୍ଚରାଲ୍ ଲାବ୍ସ” ନାମକ ଏକ ଆଧୁନିକ ଷ୍ଟାର୍ଟଅପ୍ ସଂସ୍ଥା ସ୍ଥାପନ କରି କାମ କରୁଛନ୍ତି । ସମ୍ମାନ ଗ୍ରହଣ କରିବା ପରେ ଡଃ ମିଶ୍ର ପୂର୍ବଦୋୟ ଓଡ଼ିଶାର ସମ୍ପୂର୍ଣ୍ଣ ଟିମ୍ ତଥା ସଂଯୋଜକ ଓଁକାର ପରିଡା ଓ ଶୁଭମ ପୃଷ୍ଟିଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କୁ ମିଳିଥିବା ଏହି ସମ୍ମାନ ଯୁବ ଉଦ୍ଭାବକମାନଙ୍କ ପାଇଁ ଏକ ପ୍ରେରଣା ବୋଲି କହିଛନ୍ତି । ସୂଚନାଯୋଗ୍ୟଯେ ଡ଼ଃ ମିଶ୍ରଙ୍କ ଘର ଧର୍ମଶାଳା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମ ପଂଚାୟତର ପଲାର ଗ୍ରାମରେ ଅଟେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଷ୍ଟାର୍ଟଅପ୍ ଉଦ୍ୟମୀ, ନିବେଶକ ଓ ଓଡ଼ିଶାର ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ନୂତନତ୍ୱ ଢାଂଚାରେ ନିର୍ମାଣ କରିବା, ତଥା 'ସମୃଦ୍ଧ ଓଡିଶା-୨୦୩୬' ଲକ୍ଷ ପୁରଣ ପାଇଁ ଯୁବପୀଢ଼ିଙ୍କୁ ପ୍ରେରିତ କରି ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବା ଓ ୨୦୩୬ ସୁଦ୍ଧା ୧୦୦ ଟି ବଡ଼ ଷ୍ଟାର୍ଟଅପ୍ କମ୍ପାନୀ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ