ଟ୍ରେନ୍ ଅଟକିବା ଘଟଣାରେ ରେଳ ବିଭାଗ ଦେଲା ସ୍ପଷ୍ଟୀକରଣ
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଟ୍ରେନ୍ ଅଟକିବା ଘଟଣାରେ ରେଳ ବିଭାଗ ଦେଲା ସ୍ପଷ୍ଟୀକରଣ I ଭୁବନେଶ୍ୱରରେ ଟ୍ରେନ୍ ନମ୍ବର ୦୨୬୦୩ ଅମୃତ ଭାରତ ଏକ୍ସପ୍ରେସର ଅଟକିବା ଘଟଣା ଉପରେ ରେଳ ବିଭାଗ ରଖିଲା ସ୍ପଷ୍ଟିକରଣ I ସକାଳ ୦୯:୪୯ ସମୟରେ, ଟ୍ରେନ୍ ନମ୍ବର ୦୨୬୦୩ ରଙ୍ଗପାଣି-ନ
ଟ୍ରେନ୍ ଅଟକିବା ଘଟଣାରେ     ରେଳ ବିଭାଗ ଦେଲା ସ୍ପଷ୍ଟୀକରଣ


ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଟ୍ରେନ୍

ଅଟକିବା ଘଟଣାରେ ରେଳ ବିଭାଗ ଦେଲା ସ୍ପଷ୍ଟୀକରଣ I ଭୁବନେଶ୍ୱରରେ ଟ୍ରେନ୍ ନମ୍ବର ୦୨୬୦୩ ଅମୃତ ଭାରତ ଏକ୍ସପ୍ରେସର ଅଟକିବା ଘଟଣା ଉପରେ ରେଳ ବିଭାଗ ରଖିଲା ସ୍ପଷ୍ଟିକରଣ I ସକାଳ ୦୯:୪୯ ସମୟରେ, ଟ୍ରେନ୍ ନମ୍ବର ୦୨୬୦୩

ରଙ୍ଗପାଣି-ନଗରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ପ୍ରବେଶ କରୁଥିବା ସମୟରେ,

ଭୁବନେଶ୍ୱରର ଲକ୍ଷ୍ମୀସାଗର ନିବାସୀ ପି. ଅପନ୍ନା ରାଓ ନାମକ ଜଣେ ବ୍ୟକ୍ତି

ହଠାତ୍ ଆତ୍ମହତ୍ୟା ଉଦ୍ୟମ କରି ଚଳନ୍ତା ଟ୍ରେନ୍ ସାମ୍ନାକୁ ଆସିଗଲେ , ଯାହାକୁ

ଦେଖି ଲୋକ ପାଇଲଟ୍ ସତର୍କତା ପ୍ରଦର୍ଶନ କରି,

ତୁରନ୍ତ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ଅଟକାଇ ଦେଲେ।

ରେଲୱେ ସୁରକ୍ଷା ବଳ କର୍ମଚାରୀ

ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ହେପାଜତକୁ ନେଇ ଥିଲେ I ବ୍ୟକ୍ତି ଜଣକ ପ୍ରଚୁର ମଦ୍ୟପାନ କରିଥିବା

ଜଣାପଡ଼ିଥିଲା ​​ବେଳେ ତାକୁ ଅଟକ ରଖାଯାଇଛି ପଚରା ଉଚରା କରୁଛି ଆରପିଏଫ I ସେପଟେ ଟ୍ରେନଟି ମାତ୍ର 6 ମିନିଟ୍ ପାଇଁ (09:39 ଘଣ୍ଟା ରୁ 09:45 ଘଣ୍ଟା) ଅଟକିଯାଇଥିଲାI

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande