ବେକରେ ଫାଶି ଲଗାଇ ଯୁବକ ମୃତ, ପୁଲିସର ତଦନ୍ତ ଜାରି
ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ଅଘଟଣ। ବେକରେ ଫାଶି ଲଗାଇ ଯୁବକ ମୃତ। ମୃତକ ଜଣକ ହେଲେ ଚାନ୍ଦପୁର ଗ୍ରାମର ସନାତନ ବାରିକଙ୍କ ପୁଅ ସୁରେନ୍ଦ୍ର(୩୫) ବୋଲି ଜଣାପଡ଼ିଛି। ଏନେଇ ବ୍ରହ୍ମବରଦା ଥାନାରେ
ବେକରେ ଫାଶି ଲଗାଇ ଯୁବକ ମୃତ : ପୁଲିସର ତଦନ୍ତ ଜାରି(ଫାଇଲ ଫଟୋ)


ଧର୍ମଶାଳା,୧୮ଜାନୁଆରୀ(ହି.ସ.) - ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ଅଘଟଣ। ବେକରେ ଫାଶି ଲଗାଇ ଯୁବକ ମୃତ। ମୃତକ ଜଣକ ହେଲେ ଚାନ୍ଦପୁର ଗ୍ରାମର ସନାତନ ବାରିକଙ୍କ ପୁଅ ସୁରେନ୍ଦ୍ର(୩୫) ବୋଲି ଜଣାପଡ଼ିଛି। ଏନେଇ ବ୍ରହ୍ମବରଦା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ମୃତ ଦେହକୁ ଜବତ କରି କେସ୍ ନଂ. ୨ା୨୬ରେ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିବା ବ୍ରହ୍ମବରଦା ଥାନା ଏଏସ୍‌ଆଇ ଲକ୍ଷ୍ମୀଧର ରାଜ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ବ୍ରହ୍ମବରଦା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେହିଦିନ ଠାରୁ ସୁରେନ୍ଦ୍ର ଚିନ୍ତାରେ ଥିଲେ। ତେବେ ରବିବାର ସକାଳେ ଘର କବାଟ ଖୋଲା ହେବା ବିଳମ୍ବ ହେବାରୁ ପରିବାର ଲୋକେ ସାହି ପଡ଼ିଶାଙ୍କୁ ଜଣାଇଥିଲେ। ପଡ଼ିଶା ଲୋକେ ଘର କବାଟ ଭାଙ୍ଗି ସୁରେନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ଅଭିଯୋଗ ପରେ ପୁଲିସ ମେଡ଼ିକାଲରୁ ଶବ ଜବତ କରି ଏକ ଅପମୃତ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ମେଡିକାଲରେ ଭର୍ତି କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ପରେ ସନ୍ଧ୍ୟାରେ ଶେଷକୃତ ସମ୍ପନ୍ନ କରାଯାଇଥିଲା। ମୃତ ସୁରେନ୍ଦ୍ରଙ୍କର ୩ଟି ଝିଅ ଥିବାବେଳେ ସେ ଏକ ହେଟେଲରେ କାର୍ଯ୍ୟରତ ଥିଲେ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande