ଭୁବନେଶ୍ଵରରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଦୁଇଦିନିଆ ଜାତୀୟ ଚିନ୍ତନ ଶିବିର
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଭୁବନେଶ୍ଵରରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର । ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମକୁ ଉଦ୍ଘାଟ
ଭୁବନେଶ୍ଵରରେ ଆରମ୍ଭ ହେଲା     ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଦୁଇଦିନିଆ     ଜାତୀୟ ଚିନ୍ତନ ଶିବିର


ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଭୁବନେଶ୍ଵରରେ

ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ

ମିଶନର ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର । ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ଭୁବନେଶ୍ଵର ଠାରେ ଏକ ଘରୋଇ ହୋଟେଲରେ ଆୟୋଜିତ ଏହି

କାର୍ଯ୍ୟକ୍ରମରେ ନ୍ୟାସନାଲ ହେଲ୍ଥ ଅଥରିଟିର ସିଇଓ ଡାକ୍ତର ସୁନିଲ ବର୍ଣ୍ଣୱାଲ ଏବଂ ଓଡ଼ିଶାର

ସ୍ୱାସ୍ଥ୍ୟ ସଚିବ ଅଶ୍ଵଥି ଏସ୍. ଉପସ୍ଥିତ ଅଛନ୍ତି । ଏହି ଶିବିରରେ ଭାରତର ୨୮ ଟି ରାଜ୍ୟ ଏବଂ

କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ବିଶେଷଜ୍ଞ ପ୍ରତିନିଧି ମାନେ ଯୋଗ ଦେଇଛନ୍ତି । ଚିନ୍ତନ ଶିବିରରେ ମୁଖ୍ୟତଃ ୬ ଟି

ଅଧିବେଶନରେ ସମୀକ୍ଷା କରାଯିବ ।

ବିଭିନ୍ନ ରାଜ୍ୟରେ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଅଗ୍ରଗତି, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଲକ୍ଷ୍ୟ ଏବଂ ପଦ୍ଧତି,

ଆୟୁଷ୍ମାନ ଯୋଜନାରେ ଠକାମି ଓ ଜାଲିଆତି-ନିରୋଧ

ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବାରେ କୃତିମ

ବୁଦ୍ଧିମତା(ଏ.ଆଇ.)ର ପ୍ରୟୋଗ, ହସ୍ପିଟାଲ

ଗୁଡ଼ିକ ପାଇଁ ଜାତୀୟ ଗୁଣାତ୍ମକମାନ ଅଧିସ୍ବୀକୃତି, ନ୍ୟାସନାଲ ହେଲ୍ଥ ଅଥରିଟି ଡିଜିଟାଲ ଏକାଡେମୀ ଉପରେ

ସମୀକ୍ଷା କରାଯିବ । ଏହି ବିଷୟ ଗୁଡ଼ିକ ଉପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରୀ ସମୀକ୍ଷା

କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande