
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- 2019 ରେ
ବଳରାମ ସାହାଣୀ ନିଖୋଜ ମାମଲା । ଭୁବନେଶ୍ୱର
ବାହାରକୁ ଗଲା ଚନ୍ଦକା ଥାନା ପୋଲିସର ସ୍ୱତନ୍ତ୍ର ଟିମ । ଦ୍ୱିତୀୟ ଦିନରେ ରଶ୍ମିତାକୁ ଜେରା
କରୁଛି ପୋଲିସ । ରଶ୍ମିତା ଖୋଲିବେ 7ବର୍ଷ ତଳର
ଘଟଣାର ରହସ୍ୟ । ଉଭୟ ବଳରାମ ଏବଂ ରଶ୍ମିତା
ଗଞ୍ଜେଇ ବେପାର କରୁଥିବା ବେଳେ ହଠାତ କାହିଁକି ନିଖୋଜ ହେଲେ ସେନେଇ ରଶ୍ମିତା ଠାରୁ ସତ ବାହାର
କରିବ ପୋଲିସ । ଏଯାଏଁ ବଳରାମ ମୃତ ନା ଜୀବିତ
କାହା ପାଖରେ ନାହିଁ ତଥ୍ୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା