
ଭୁବନେଶ୍ୱର, 19 ଜାନୁଆରି (ହି.ସ.)-'ବହ୍ନିକନ୍ୟା' ପାର୍ବତୀ ଗିରିଙ୍କ
ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆମ ସଂସ୍କୃତିର ମହାନ ‘ପୂଜ୍ୟପୂଜା’ ପରମ୍ପରାକୁ ଅଧିକ
ସମୃଦ୍ଧ କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ରାଷ୍ଟ୍ରୀୟ ପରିଚୟ ପ୍ରଦାନ
କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରୟାସ ଅତ୍ୟନ୍ତ
ପ୍ରଶଂସନୀୟ। ତାଙ୍କର ଏହି ନିଷ୍ଠା ଆମ ଇତିହାସର ସେହି ଅନାଲୋଚିତ ବୀର ଗାଥାଗୁଡ଼ିକୁ ଆଜି
ଯଥାର୍ଥ ସମ୍ମାନ ପ୍ରଦାନ କରୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଅନନ୍ୟା ସଂଗ୍ରାମୀ 'ବହ୍ନିକନ୍ୟା' ପାର୍ବତୀ ଗିରିଙ୍କ
ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ
ଧନ୍ୟବାଦ । ଏହି ଗୌରବଗାଥା କୋଟି କୋଟି ଓଡ଼ିଆଙ୍କ ମନରେ ସେବା ଓ ଦେଶପ୍ରେମର ନୂତନ ଚେତନା
ଜାଗ୍ରତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା