
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ
ନିର୍ଦ୍ଦେଶରେ ଗୋ ଚାଲାଣକାରୀଙ୍କ ଉପରେ ଚଢ଼ାଉ କରାଯାଉଛି । 10 ଜଣ କୋର୍ଟ ଚାଲାଣ ହେଲେଣି ।
ବିଜେପି ସରକାର ପାଇଁ ଗୋ ସୁରକ୍ଷା ପ୍ରଥମ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକ । କାହାକୁ ଛଡା ଯିବନି । ଏହି କାର୍ଯ୍ୟରୁ ସମସ୍ତେ ନିବୃତ ରୁହନ୍ତୁ ।
ନହେଲେ ଜେଲ ଯିବେ । ଗତ ସରକାରରେ ପ୍ରଶାସନ ଓ ରାଜନେତାଙ୍କ ପ୍ରୋତ୍ସାହନରେ ଗୋଚାଲାଣ ହେଉଥିଲା ।
ହେଲେ ବିଜେପି ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛି, ଗୋ ସୁରକ୍ଷା କରିବାକୁ । ସ୍ୱତନ୍ତ୍ର ବଜେଟ କରାଯାଇଛି ଗୋଶାଳା ପାଇଁ । ଏଥିରେ ନଗର
ଉନ୍ନୟନ ବିଭାଗ ବି ସହଯୋଗ କରୁଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ସରଳୀକରଣ ହେବ ବୋଲି
ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା