
ନୂଆଦିଲ୍ଲୀ, 19 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ପ୍ରେରଣାଦାୟକ
ସଂସ୍କୃତ ସୁଭାଷିତ ସେୟାର କରି ଦେଶବାସୀମାନଙ୍କୁ, ବିଶେଷକରି ଯୁବବର୍ଗମାନଙ୍କୁ, କର୍ମ, ପରିଶ୍ରମ ଓ
ନିରନ୍ତର ପ୍ରୟାସର ବାର୍ତ୍ତା ଦେଇଛନ୍ତି। ଏହି ସୁଭାଷିତ ମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି ଯେ
ଜୀବନରେ ସଫଳତା ଓ ସମୃଦ୍ଧି କେବଳ ସକ୍ରିୟତା ଏବଂ ପୁରୁଷାର୍ଥ ଦ୍ୱାରା ହିଁ ପ୍ରାପ୍ତ
ହୁଏ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସପୋଷ୍ଟରେ ଏହି
ସୁଭାଷିତଟି ସେୟାର କରିଥିଲେ—
“ଅନୁତ୍ଥାନେ ଧ୍ରୁବୋ ନାଶଃ ପ୍ରାପ୍ତସ୍ୟାନାଗତସ୍ୟ ଚ।
ପ୍ରାପ୍ୟତେ ଫଳମୁତ୍ଥାନାଲ୍ଲଭତେ ଚାର୍ଥସମ୍ପଦମ୍॥”
ଏହାର ଭାବାର୍ଥ ହେଉଛି— ଉଦ୍ୟମ ଓ ପ୍ରୟାସର
ଅଭାବରେ ମଣିଷ କେବଳ ଭବିଷ୍ୟତର ସମ୍ଭାବନାକୁ ହରାଇନଥାଏ ବରଂ ପୂର୍ବରୁ ଅର୍ଜିତ ସଫଳତା ମଧ୍ୟ ନଷ୍ଟ ହୋଇଯାଏ।
ଅନ୍ୟପଟେ, ନିରନ୍ତର ପ୍ରୟାସ ଓ ଉତ୍ଥାନ ମାଧ୍ୟମରେ ହିଁ ସଫଳତା, ଫଳ ଏବଂ ଆର୍ଥିକ ସମୃଦ୍ଧି
ପ୍ରାପ୍ତ ହୁଏ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ତ୍ତା ବିଶେଷକରି ଯୁବମାନେ, ଶ୍ରମିକମାନେ, ଉଦ୍ୟୋଗୀମାନେ ଓ
ରାଷ୍ଟ୍ର ଗଠନରେ ନିୟୋଜିତ ପ୍ରତ୍ୟେକ ନାଗରିକଙ୍କୁ ଆତ୍ମନିର୍ଭର ହେବା ସହ ନିରନ୍ତର କର୍ମଶୀଳ
ରହିବା ପାଇଁ ପ୍ରେରଣା ଦେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା