
- ରାଜସ୍ଥାନ ହାଇକୋର୍ଟର ଯୋଧପୁର ବେଂଚର ଆଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ କରିଛନ୍ତି ଜାରି
ନୂଆଦିଲ୍ଲୀ, ୧୯ ଜାନୁଆରୀ (ହିସ)- ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟର ଯୋଧପୁର ବେଂଚର ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି, ଯେଉଁଥିରେ ନଗର ନିଗମ ଏବଂ ସହରାଂଚଳ ସ୍ଥାନୀୟ ସଂସ୍ଥାର ସୀମା ମଧ୍ୟରେ ଥିବା ଜାତୀୟ ଏବଂ ରାଜ୍ୟ ରାଜପଥର ୫୦୦ ମିଟର ପରିଧି ମଧ୍ୟରେ ଥିବା ୧,୧୦୨ଟି ମଦ ଦୋକାନକୁ ହଟାଯିବା କିମ୍ବା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଚାରପତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହାଇକୋର୍ଟର ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।
ରାଜସ୍ଥାନ ସରକାର ଏବଂ ମଦ ଲାଇସେନ୍ସଧାରୀମାନେ ରାଜସ୍ଥାନ ହାଇକୋର୍ଟର ୨୪ ନଭେମ୍ବର, ୨୦୨୫ ର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରାଜସ୍ଥାନ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଜାତୀୟ ଏବଂ ରାଜ୍ୟ ରାଜପଥର ୫୦୦ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ମଦ ଦୋକାନଗୁଡ଼ିକୁ ଚିହ୍ନଟ କରିବା, ହଟାଯିବା ଏବଂ ସ୍ଥାନାନ୍ତର କରିବା, ସେଗୁଡ଼ିକ ନଗର ନିଗମ ସୀମା, ସ୍ଥାନୀୟ ସ୍ୱାୟତଶାସିତ ସଂସ୍ଥା କିମ୍ବା ବୈଧାନିକ ବିକାଶ କର୍ତୃପକ୍ଷ ମଧ୍ୟରେ ଆସୁ କି ନାହିଁ।
ହାଇକୋର୍ଟ କହିଥିଲେ ଯେ ସହର ସୀମାର ବିସ୍ତାର ସୁପ୍ରିମକୋର୍ଟ ଦ୍ୱାରା ସ୍ଥିର କରାଯାଇଥିବା ସୁରକ୍ଷା ମାନଦଣ୍ଡକୁ ଶିଥିଳ କରିବା ପାଇଁ ଏକ ଆଧାର ହୋଇପାରିବ ନାହିଁ ଏବଂ ରାଜପଥ ନିକଟରେ ମଦ୍ୟପାନର ଉପଲବ୍ଧତା ସହିତ ଜଡିତ ବୋଲି ଅଭିଯୋଗ କରି ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲେ।
ଦୁର୍ଘଟଣା ପରିସଂଖ୍ୟାନକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ସାଧାରଣ ସୁରକ୍ଷା ପ୍ରାୟ ୨,୧୦୦ କୋଟି ଟଙ୍କାର ସମ୍ଭାବ୍ୟ ରାଜସ୍ୱ କ୍ଷତି ଭଳି ଆର୍ôଥକ ଚିନ୍ତା ଅପେକ୍ଷା ପ୍ରାଥମିକତା ପାଏ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ