
ମେଡ୍ରିଡ, 19 ଜାନୁଆରି (ହି.ସ.)- ସ୍ପେନର କୋର୍ଡୋବା ଅଂଚଳର ଏଡାମୁଜ୍ ଅଞ୍ଚଳରେ ଦ୍ରୁତଗତିରେ ଚାଲୁଥିବା ଦୁଇଟି
ଯାତ୍ରୀବାହୀ ରେଳଗାଡ଼ି ଟ୍ରାକରୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୨୧ ଜଣଙ୍କର ମୃତ୍ୟୁ
ହୋଇଛି ଏବଂ 12ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କର ଅବସ୍ଥା ଗୁରୁତର
ରହିଛି।
ପ୍ରଥମେ ଗୋଟିଏ ଟ୍ରେନ ଟ୍ରାକରୁ ଖସି ପଡ଼ି ଗୋଟିଏ ଆମ୍ବୁଲାନ୍ସ ସହ ଧକ୍କା ହୋଇଥିଲା,
ଯାହାର
ଫଳରେ ଏହାର ଅନେକ ଡିବା ଅଲଗା ହୋଇଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଦ୍ୱିତୀୟ
ଟ୍ରେନର ଡ୍ରାଇଭର ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣା ରବିବାର ବିଳମ୍ବିତରାତିରେ ଘଟିଥିଲା।
ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା