
ନୂଆଦିଲ୍ଲୀ, ୦୨ ଜାନୁଆରି (ହି.ସ.) - ନୂଆ ବର୍ଷରେ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତା ମଧ୍ୟ ସାମାନ୍ୟ ଉନ୍ନତ ହୋଇଛି । ଶୁକ୍ରବାର ଦିନ ଦିଲ୍ଲୀର ବାୟୁ ଗୁଣବତା ସୂଚକାଙ୍କ (ଏକ୍ୟୁଆଇ) ୨୩୬ ରେକର୍ଡ଼ କରାଯାଇଥିଲା ।
ବର୍ତମାନର ବାୟୁ ଗୁଣବତା ପରିସ୍ଥିତିକୁ ଦୃଷ୍ଟିରେ ରଖି, ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ) ର ଉପ-ସମିତି ତୁରନ୍ତ ପ୍ରଭାବରୁ ଏନସିଆର ରେ ଗ୍ରୁପ୍ ୩ ଅଧିନରେ ଥିବା ପ୍ରତିବନ୍ଧକ ଗୁଡ଼ିକୁ ଉଠାଇ ଦେବାକୁ ନିଷ୍ପତି ନେଇଛି । ଏନସିଆରରେ ବିଦ୍ୟମାନ ଜିଆରଏପି ପର୍ଯ୍ୟାୟ ୧ ଏବଂ ୨ ଅଧିନରେ ସମସ୍ତ କାର୍ଯ୍ୟ ବଳବତର ରହିବ ।
ଦିଲ୍ଲୀ-ଏନସିଆର ଅଂଚଳରେ ବାୟୁ ଗୁଣବତାରେ ଉଲ୍ଲେଖନୀୟ ଉନ୍ନତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ବାୟୁ ଗୁଣବତା ପରିଚାଳନା କମିଶନ (ସିଏକ୍ୟୁଏମ) ଏକ ନିର୍ଦ୍ଦେଶ ଜାରି କରି ଗ୍ରେପ-୩ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିନିଆଯାଇଛି । ବର୍ତମାନର ବାୟୁ ଗୁଣବତା ପରିସ୍ଥିତିକୁ ଦୃଷ୍ଟିରେ ରଖି, ସିଏକ୍ୟୁଏମର ଗ୍ରେପ ଉପ-କମିଟି ସମ୍ପୂର୍ଣ୍ଣ ଏନସିଆର ରେ ଗ୍ରେପର ତୃତୀୟ ପର୍ଯ୍ୟାୟ ଅଧିନରେ ପରିକଳ୍ପିତ ସମସ୍ତ ପଦକ୍ଷେପକୁ ତୁରନ୍ତ ପ୍ରଭାବରୁ ବାତିଲ କରିବାକୁ ନିଷ୍ପତି ନେଇଛି । ଏଥିରେ କୁହାଯାଇଛି ଯେ, ଦିଲ୍ଲୀର ବାୟୁ ଗୁଣବତା ସୂଚକାଙ୍କ (ଏକ୍ୟୁଆଇ), ଯାହା ଗତକାଲି ୩୮୦ ଥିଲା, ସେଥିରେ ଯଥେଷ୍ଟ ଉନ୍ନତି ଘଟିଛି ଏବଂ ଆଜି ଅପରାହ୍ନ ୪ଟାରେ ୨୩୬କୁ ହ୍ରାସ ପାଇଛି । ଗ୍ରେପ ୩ କଟକଣା ଅନୁଯାୟୀ, ଅଣ-ଅତ୍ୟାବଶ୍ୟକୀୟ ନିର୍ମାଣ ଏବଂ ଭଙ୍ଗା କାର୍ଯ୍ୟକଳାପ ବନ୍ଦ ରହିଛି । ପଥର ଭାଙ୍ଗିବା ଏବଂ ଖଣି କାର୍ଯ୍ୟ ମଧ୍ୟ ସ୍ଥଗିତ ରଖାଯାଇଛି । ଘରୁ କାମ କରିବା ପାଇଁ ପରାମର୍ଶ ଜାରି କରାଯାଇଛି ଏବଂ ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଡିଜେଲ ବସ୍ ମଧ୍ୟ ନିଷେଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ