
ଗ୍ୱୌହାଟୀ, 04 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୧୭
ଜାନୁଆରୀ ତାରିଖରେ ଗ୍ୱୌହାଟୀର ସରୁସଜାଇ ଷ୍ଟାଡିୟମରେ ପାରମ୍ପରିକ ବାଗୁରୁମ୍ବା ନୃତ୍ୟର ଏକ
ଭବ୍ୟ ଆୟୋଜନ କରାଯିବ। ଏହି ଅବସରରେ ଆସମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରାଯିବ।
ମୁଖ୍ୟମନ୍ତ୍ରୀ ଡା. ହିମନ୍ତ ବିଶ୍ୱ ଶର୍ମା ଆଜି ସୋସିଆଲ ମିଡିଆ
ପୋଷ୍ଟରେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ
ପାଇଁ ପ୍ରସ୍ତୁତି ଚିରାଙ୍ଗ ଜିଲ୍ଲାରେ ଜୋରଦାର ଭାବେ ଚାଲିଛି। କାଜଲଗାଁଓଁ ଏବଂ ବିଜନୀ ଅଞ୍ଚଳରୁ
ପ୍ରାୟ ୬୦୦ ଜଣ ନୃତ୍ୟ କଳାକାର ଏହି ବିଶେଷ ପ୍ରସ୍ତୁତି ପାଇଁ ନିୟମିତ ଭାବେ ଅଭ୍ୟାସରେ
ଲାଗିଛନ୍ତି। କଳାକାରମାନେ ସମନ୍ୱିତ ଓ ଆକର୍ଷଣୀୟ ପ୍ରଦର୍ଶନ ନିଶ୍ଚିତ କରିବା ପାଇଁ କଠିନ
ପରିଶ୍ରମ କରୁଛନ୍ତି।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସହିତ
ଉପସ୍ଥିତ ଗଣମାନ୍ୟ ଅତିଥିମାନଙ୍କ ସମ୍ମୁଖରେ ଆସମର ଜନଜାତୀୟ ପରମ୍ପରା ଓ ସାଂସ୍କୃତିକ
ବିବିଧତାକୁ ଜାତୀୟ ମଞ୍ଚରେ ପ୍ରଦର୍ଶିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା