
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ହକି ଇଣ୍ଡିଆ ଲିଗରେ ବଢିବାକୁ ଲାଗିଛି ଓଡ଼ିଆ ଖେଳାଳିଙ୍କ ଅଂଶଗ୍ରହଣ।୨୦୧୩ ସିଜିନରେ ରାଜ୍ୟରୁ ଛଅ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଏବେ ଏହି ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ବିଭିନ୍ନ ଫ୍ରାଂଚାଇଜ ପକ୍ଷରୁ ହକି ଇଣ୍ଡିଆ ଲିଗରେ ୧୬ ଓଡ଼ିଆ ଖେଳାଳି ଖେଳୁଛନ୍ତି । ହୋମ୍ ଟିମ କଳିଙ୍ଗ ଲାନର୍ସରେ ସର୍ବାଧିକ ୫ ଜଣ ଖେଳାଳି ରହିଥିବା ବେଳେ ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ ତାମିଲନାଡୁ ଡ୍ରାଗନ୍ସରେ ଚାରି ଓଡ଼ିଆ ପ୍ଲେୟାର ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା