
ଭୁବନେଶ୍ୱର, ୨୧ ଜାନୁୟାରୀ (ହି.ସ)- ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ବୁଧବାର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ସାକ୍ଷାତ କରି କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା 'ହକି ଇଣ୍ଡିଆ ଲିଗ୍'ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।
ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀ ସ୍ୱାଇଁ ଲେଖିଛନ୍ତି ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ 'ପଦ୍ମଶ୍ରୀ' ଦିଲ୍ଲୀପ ତିର୍କୀ ଆଜି ସରକାରୀ ବାସଭବନକୁ ଆସି ସାକ୍ଷାତ କରିବା ସହ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା 'ହକି ଇଣ୍ଡିଆ ଲିଗ୍'ରେ ଯୋଗଦେବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ଦେଶ ଓ ରାଜ୍ୟର ହକି ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା ନେଇ ଉଭୟ ଆଲୋଚନା କଲୁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା