ସାବିତ୍ରୀ ବାଈ ଫୁଲେଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ସାବିତ୍ରୀ ବାଈ ଫୁଲେଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ଜାଗରଣର ପ୍ରେରଣାସ୍ରୋତ ଓ ନାରୀ ସ୍ୱାଭିମାନର ସଶକ୍ତ ସ୍ୱର ସାବ
ସାବିତ୍ରୀ ବାଈ ଫୁଲେ


ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ସାବିତ୍ରୀ ବାଈ ଫୁଲେଙ୍କ

ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ଜାଗରଣର ପ୍ରେରଣାସ୍ରୋତ ଓ ନାରୀ ସ୍ୱାଭିମାନର

ସଶକ୍ତ ସ୍ୱର ସାବିତ୍ରୀବାଈ ଫୁଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି–କୋଟି ନମନ।

ସାବିତ୍ରୀବାଈ ଫୁଲେ ଜୀ ବିପରୀତ

ପରିସ୍ଥିତି ଓ ସାମାଜିକ ରୁଢ଼ିବାଦକୁ ଆହ୍ୱାନ ଜଣାଇ ଶିକ୍ଷାକୁ ପରିବର୍ତ୍ତନର ସବୁଠାରୁ ସଶକ୍ତ

ମାଧ୍ୟମ ଭାବେ ଗଢ଼ି ଉଠାଇଥିଲେ। ନାରୀ ଚେତନାର ଜାଗରଣରୁ ଆରମ୍ଭ କରି ସମତା ଓ ମାନବୀୟ

ମର୍ଯ୍ୟାଦା ପାଇଁ ସଂଘର୍ଷ ପର୍ଯ୍ୟନ୍ତ, ତାଙ୍କ ଜୀବନ

ସାହସ, ସଂକଳ୍ପ ଓ କରୁଣାର ଜୀବନ୍ତ ଉଦାହରଣ ଥିଲା। ସାବିତ୍ରୀବାଇ ଫୁଲେଙ୍କ

ଅବଦାନ ସାମାଜିକ ନ୍ୟାୟ ଓ ସଶକ୍ତ ଭାରତ ଗଠନରେ ନିରନ୍ତର ପ୍ରେରଣା ଦେଇଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande