
ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- ସାବିତ୍ରୀ ବାଈ ଫୁଲେଙ୍କ
ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ, ସେବା ଓ ଶିକ୍ଷାର ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ନିଜ ଜୀବନ
ଅର୍ପଣ କରିଥିବା ଏକ ଅଗ୍ରଣୀ ବ୍ୟକ୍ତିତ୍ୱକୁ ଆମେ ସ୍ମରଣ କରୁଛୁ। ସମତା, ନ୍ୟାୟ ଓ କରୁଣାର ସିଦ୍ଧାନ୍ତ ପ୍ରତି ସେ ଦୃଢ଼ ଭାବେ ପ୍ରତିବଦ୍ଧ
ଥିଲେ। ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ସବୁଠାରୁ ପ୍ରଭାବଶାଳୀ ସାଧନ—ଏହା ତାଙ୍କର ଦୃଢ଼
ବିଶ୍ୱାସ ଥିଲା, ଏବଂ ଜ୍ଞାନ ଓ ଅଧ୍ୟୟନର ମାଧ୍ୟମରେ ଜୀବନ ପରିବର୍ତ୍ତନ ଆଣିବା ଉପରେ
ସେ ବିଶେଷ ଜୋର ଦେଇଥିଲେ। ଦୁର୍ବଳ ବର୍ଗଙ୍କ ଯତ୍ନ ନେବା ପାଇଁ ସେ କରିଥିବା କାର୍ଯ୍ୟ ମଧ୍ୟ
ବିଶେଷ ଭାବେ ଉଲ୍ଲେଖନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା