
ଲକ୍ଷ୍ନୌ, 03 ଜାନୁଆରୀ (ହି.ସ.) ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମାଘ ମେଳାର ଶୁଭାରମ୍ଭ ତଥା ପୌଷ ପୂର୍ଣିମା ଅବସରରେ ସମସ୍ତ ଭକ୍ତ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମାଘ ମେଳାର ଶୁଭାରମ୍ଭ ଓ ପାବନ ପୌଷ ପୂର୍ଣ୍ଣିମା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଏବଂ ରାଜ୍ୟବାସୀଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ଶୁଭେଚ୍ଛା। ପବିତ୍ର ସଙ୍ଗମରେ ଆସ୍ଥାର ବୁଡ ଲଗାଇବା ପାଇଁ ତୀର୍ଥରାଜ ପ୍ରୟାଗକୁ ଆସିଥିବା ସମସ୍ତ ପୂଜ୍ୟ ସାଧୁ-ସନ୍ତ, ଧର୍ମାଚାର୍ଯ୍ୟ, ସମସ୍ତ ଅଖାଡ଼ା ଓ କଳ୍ପବାସୀମାନଙ୍କୁ ହୃଦୟପୂର୍ଣ୍ଣ ସ୍ୱାଗତ ଓ ଅଭିନନ୍ଦନ। ମାଆ ଗଙ୍ଗା, ମାଆ ଯମୁନା ଓ ମାଆ ସରସ୍ୱତୀ ସମସ୍ତଙ୍କର ମନୋରଥ ପୂରଣ କରୁନ୍ତୁ, ଏହା ହିଁ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା