ମଣିପୁରର ବିଷ୍ଣୁପୁରରେ ଏକାଧିକ ଆଇଇଡି ବିସ୍ଫୋରଣ, ଦୁଇ ଆହତ : ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ଘଟଣାର ନିନ୍ଦା କଲେ
ଇମ୍ଫାଲ, ୫ ଜାନୁଆରୀ (ହି.ସ.)- ମଣିପୁରର ବିଷ୍ଣୁପୁର ଜିଲ୍ଲାର ଫୌଗାକାଚାଓ ପୋଲିସ ଷ୍ଟେସନ ଅନ୍ତର୍ଗତ ସୈଟନ-ନଗାନୁକାନ ଅଂଚଳର ଏକ ଖାଲି ଘରେ ତିନୋଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସୋମବାର ସକାଳେ ଘଟିଥିବା ଆଇଇଡି ବିସ୍ଫୋରଣ ଆତଙ
ମଣିପୁରର ବିଷ୍ଣୁପୁରରେ ଏକାଧିକ ଆଇଇଡି ବିସ୍ଫୋରଣ, ଦୁଇ ଆହତ : ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ଘଟଣାର ନିନ୍ଦା କଲେ


ଇମ୍ଫାଲ, ୫ ଜାନୁଆରୀ (ହି.ସ.)- ମଣିପୁରର ବିଷ୍ଣୁପୁର ଜିଲ୍ଲାର ଫୌଗାକାଚାଓ ପୋଲିସ ଷ୍ଟେସନ ଅନ୍ତର୍ଗତ ସୈଟନ-ନଗାନୁକାନ ଅଂଚଳର ଏକ ଖାଲି ଘରେ ତିନୋଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସୋମବାର ସକାଳେ ଘଟିଥିବା ଆଇଇଡି ବିସ୍ଫୋରଣ ଆତଙ୍କ ଏବଂ ବ୍ୟାପକ ଉତେଜନା ସୃଷ୍ଟି କରିଛି । ଏହି ସମୟରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଘଟଣାକୁ ନିନ୍ଦା କରି ଏହାକୁ କାପୁରୁଷତାପୂର୍ଣ୍ଣ ବୋଲି କହିଛନ୍ତି ଏବଂ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ଫଟୋ ପୋଷ୍ଟ କରିଛନ୍ତି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରଥମ ଦୁଇଟି ବିସ୍ଫୋରଣ ସକାଳ ୫ଟା ୪୦ ରୁ ୫ଟା ୫୫ ମଧ୍ୟରେ ହୋଇଥିଲା । ତୃତୀୟ ବିସ୍ଫୋରଣ ସକାଳ ୮ଟା ୩୦ ସମୟରେ ହୋଇଥିଲା । ବିସ୍ଫୋରଣର ଜୋରଦାର୍ ଶବ୍ଦ ଅଂଚଳ ବାସିନ୍ଦାଙ୍କୁ ଜାଗ୍ରତ କରିଥିଲା ।

ସୂତ୍ର ଅନୁସାରେ ଫୌଗାକାଚାଓ ପୋଲିସ ଷ୍ଟେସନ ଅନ୍ତର୍ଗତ ସୈଟନ-ନଗାନୁକାନ ଅଂଚଳ ସିଆରପିଏଫ ସୁରକ୍ଷା ଦ୍ୱାରା ଘେରି ରହିଛି । ଆଇଇଡି ଏକ ଖାଲି ଘରେ ଲଗାଯାଇଥିଲା । ସକାଳେ ଡିଭାଇସଟି ତିନିଥର ବିସ୍ଫୋରଣ ହେବା ପରେ, ଆଉ ଏକ ବିସ୍ଫୋରଣ ଘଟିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande