
ନୂଆଦିଲ୍ଲୀ,୭ ଜାନୁଆରୀ (ହି.ସ)- ଭାରତର ମୁଖ୍ୟ ନିର୍ବାଚନ କମିଶନର ଏବଂ ଆନ୍ତର୍ଜାତୀୟ ଆଇଡିଆର ଅଧ୍ୟକ୍ଷ ଜ୍ଞାନେଶ କୁମାର ବୁଧବାର ଦିଲ୍ଲୀର ନିର୍ବଚନ ସଦନରେ ଭାରତରେ ଜର୍ମାନ ରାଷ୍ଟ୍ରଦୂତ ଡକ୍ଟର ଫିଲିପ୍ ଆକରମ୍ୟାନଙ୍କୁ ଭେଟିଛନ୍ତି ।ଦୁଇ ଦେଶ ମଧ୍ୟରେ ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଏବଂ ସାଂସ୍ଥାଗତ ସହଯୋଗକୁ ସୁଦୃଢ଼ କରିବା ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତୀୟ ନିର୍ବାଚନ କମିଶନର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ଦୁଇ ନେତା ହାତ ମିଳାଇ ଆଲୋଚନା କରୁଥିବାର ଦେଖାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା