ସୋମାନଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ହଜାରେ ବର୍ଷ ପୂରଣ, ଶ୍ରଦ୍ଧାଂଜଳି ଦେଲେ ପିଏମ ମୋଦି, କହିଲେ- ଏହା ଭାରତର ଅଦମ୍ୟ ସାଂସ୍କୃତିକ ଚେତନା ଓ ସାହସର ଜୀବନ୍ତ ପ୍ରତୀକ
ନୂଆଦିଲ୍ଲୀ, 05 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋମନାଥ ମନ୍ଦିର ଉପରେ ୧୦୨୬ ମସିହାରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଆଲେଖ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି
ପିଏମ ମୋଦି


ନୂଆଦିଲ୍ଲୀ, 05 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋମନାଥ

ମନ୍ଦିର ଉପରେ ୧୦୨୬ ମସିହାରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ

ଆଲେଖ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି

ପୁନଃପୁନଃ ହୋଇଥିବା ଆକ୍ରମଣ ସତ୍ତ୍ୱେ ମଧ୍ୟ ସୋମନାଥ ଆଜିଯାଏ ଭାରତର ଅଦମ୍ୟ ସାଂସ୍କୃତିକ ଚେତନା

ଓ ସାହସର ଜୀବନ୍ତ ପ୍ରତୀକ ଭାବେ ଦୃଢ ଭାବରେ ଦଣ୍ଡାୟମାନ।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଭିନ୍ନ-ଭିନ୍ନ ପୋଷ୍ଟରେ

ଲେଖିଛନ୍ତି ଯେ ୨୦୨୬ ସେଇ ବର୍ଷ, ଯେତେବେଳେ ସୋମନାଥ ଉପରେ ହୋଇଥିବା ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ

ପୂର୍ଣ୍ଣ ହେଉଛି। ଏହା ପରେ ମଧ୍ୟ ଅନେକ ଆକ୍ରମଣ ହୋଇଥିଲେ, କିନ୍ତୁ ସୋମନାଥ ଆଜି ମଧ୍ୟ ଗର୍ବର ସହିତ ଦଣ୍ଡାୟମାନ।

ଏହା କେବଳ ଗୋଟିଏ ମନ୍ଦିରର କାହାଣୀ ନୁହେଁ, ବରଂ ଭାରତ ମାତାଙ୍କର ସଂସ୍କୃତି ଓ ସଭ୍ୟତାର ସୁରକ୍ଷାରେ ନିୟୋଜିତ

ଅଗଣିତ ସନ୍ତାନଙ୍କର ଅତୁଟ ସାହସର କଥା।

ସେ ଏକ ଆଲେଖ ମଧ୍ୟ ସେୟାର କରିଛନ୍ତି। ସେଥିରେ ପ୍ରଧାନମନ୍ତ୍ରୀ

ସୋମନାଥର ଐତିହାସିକ ସଂଘର୍ଷ,

ପୁନର୍ନିର୍ମାଣ ଓ

ସାଂସ୍କୃତିକ ପୁନର୍ଜାଗରଣର ପ୍ରସଙ୍ଗକୁ ବିକଶିତ ଭାରତର ସଙ୍କଳ୍ପ ସହିତ ଯୋଡ଼ିଛନ୍ତି। ସେ

କହିଛନ୍ତି ଯେ ସୋମନାଥର ସହସ୍ରାବ୍ଦୀୟ ଯାତ୍ରା ଆମକୁ ଏହା ଶିଖାଏ ଯେ ଆସ୍ଥା, ଏକତା ଓ

ସାଂସ୍କୃତିକ ମୂଳର ଶକ୍ତି କୌଣସି ବିପତ୍ତିଠାରୁ ବଡ଼।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ବର୍ଷରେ ସୋମନାଥ

ପୁନର୍ବିକାଶ ପ୍ରକଳ୍ପ ସହିତ ସଂପୃକ୍ତ ତାଙ୍କର ପ୍ରୟାସକୁ ମଧ୍ୟ ସ୍ମରଣ କରିଛନ୍ତି ଏବଂ ଏହାକୁ

ଜାତୀୟ ଧରୋହର ସଂରକ୍ଷଣର ଦିଗରେ ଏକ ନିରନ୍ତର ପ୍ରେରଣା ବୋଲି ବର୍ଣ୍ଣନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande