
ନୂଆଦିଲ୍ଲୀ, ୦୫ ଜାନୁଆରୀ(ହି.ସ.) – ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସୋବାର ଦିନ ଏଠାରେ କହିଛନ୍ତି ଯେ ଅପରେଶନ ସିନ୍ଦୁର ସମୟରେ ରାଷ୍ଟ୍ରୀୟ କ୍ୟାଡେଟ କୋର୍(ଏନ୍ସିସି) ପ୍ରଶଂସନୀୟ ଭୂମିକା ନେଇଛନ୍ତି। ଉପରାଷ୍ଟ୍ରପତି ଏହି କଥା ଦିଲ୍ଲୀ ଛାବନୀ କ୍ଷେତ୍ରରେ ଆୟୋଜିତ ଏନ୍ସିସି ରିପବ୍ଲିକ୍ ଡେ କ୍ୟାମ୍ପ୦ ୨୦୨୬କୁ ସମ୍ବୋଧିତ କରି କହିଛନ୍ତି। ଏନ୍ସିସି ରିପବ୍ଲିକ୍ ଡେ କ୍ୟାମ୍ପର ସମାପନ ୨୮ ଜାନୁଆରୀକୁ ପ୍ରଧାନମନ୍ତ୍ରୀ ର୍ୟାଲି ସହିତ ହେବ। ପ୍ରାୟ ଏକମାସ ପର୍ଯ୍ୟ ହେବାକୁଥିବା ଏହି କ୍ୟାମ୍ପରେ ଦେଶସାରାରୁ ୨,୪୦୬ ଏନ୍ସିସି କ୍ୟାଡେଟ୍ସ ଭାଗ ନେଉଛନ୍ତି, ଯେଉଁଥିରେ ୮୯୮ ବାଳିକା ସାମିଲ୍ ଅଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ଗତ ବର୍ଷ ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତୀୟ ସଶସ୍ତ୍ର ବଳ ଦେଶକୁ ଗୌରବାନ୍ୱିତ କରିଛନ୍ତି ଏବଂ ବିଶ୍ୱ ଆଗରେ ଭାରତର ଦୃଢ଼ ସଂକଳ୍ପର ପରିଚୟ ଦେଇଛନ୍ତି। ସେ ଏହି ଅଭିଯାନ ସମୟରେ ଏନ୍ସିସିର ଯୋଗଦାନର ପ୍ରଶଂସା କରି କହିଛନ୍ତି ଯେ ପ୍ରାୟ ୭୨ ହଜାର ଏନ୍ସିସି କ୍ୟାଡେଟ୍ସ ସ୍ୱେଚ୍ଛାରୁ ସିଭିଲ୍ ଡିଫେନ୍ସ କର୍ତବ୍ୟ ପାଇଁ ସେବା ଦେଇଛନ୍ତି, ଯାହା ସଂକଟ ସମୟରେ ଦେଶସେବା ପ୍ରତି ତାଙ୍କ ପ୍ରତିବଦ୍ଧତା, ସାହସ ଏବଂ ତତ୍ପରତାକୁ ଦର୍ଶାଏ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି