ସୋମନାଥ ଭାରତୀୟ ସଭ୍ୟତାର ସେଇ ଅବିଚ୍ଛିନ୍ନ ପରମ୍ପରାର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ସୋମନାଥ ଭାରତୀୟ ସଭ୍ୟତାର ସେଇ ଅବିଚ୍ଛିନ୍ନ ପରମ୍ପରାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୋମନାଥ ଭାରତୀୟ ସଭ୍ୟତାର ସେଇ ଅବିଚ୍ଛିନ୍ନ ପରମ୍ପରାର
ରାମ ମନ୍ଦିର


ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ସୋମନାଥ ଭାରତୀୟ ସଭ୍ୟତାର ସେଇ ଅବିଚ୍ଛିନ୍ନ ପରମ୍ପରାର

ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୋମନାଥ ଭାରତୀୟ ସଭ୍ୟତାର ସେଇ ଅବିଚ୍ଛିନ୍ନ ପରମ୍ପରାର

ପ୍ରତୀକ, ଯେଉଁଠାରେ ଆସ୍ଥା, ସ୍ୱାଭିମାନ ଓ

ସାଂସ୍କୃତିକ ଚେତନା ସମୟର ସମସ୍ତ ପରୀକ୍ଷା ମଧ୍ୟରେ ଅକ୍ଷୁଣ୍ଣ ରହିଆସିଛି। ସହସ୍ରାବ୍ଦୀର ଉତ୍ଥାନ

ପତନ ମଧ୍ୟରେ ଏହି ସ୍ଥଳ ଭାରତର ଆଧ୍ୟାତ୍ମିକ ସ୍ମୃତି ଓ ସାମୂହିକ ସଙ୍କଳ୍ପକୁ ନିରନ୍ତର ଭାବେ

ସୁଦୃଢ଼ କରିଆସିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ଲେଖାରେ ସୋମନାଥକୁ

ଭାରତର ଆତ୍ମାର ସାଧନାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି, ଯେଉଁଠାରେ ଆସ୍ଥା ବାହ୍ୟ ପରିସ୍ଥିତିଗୁଡ଼ିକୁ ଅତିକ୍ରମ

କରି ଚେତନାର ରୂପ ନେଇଥାଏ। ତାଙ୍କ ଶବ୍ଦରେ, ଏହି ସ୍ଥଳ ସ୍ମରଣ କରାଏ ଯେ ସନାତନ ପରମ୍ପରା ସମୟର ସୀମାକୁ ଅତିକ୍ରମ

କରି ନିରନ୍ତର ସାଧନା, ବିଶ୍ୱାସ ଓ

ପୁନର୍ଜାଗରଣର ଏକ ଯାତ୍ରା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande