
ଜୟପୁର, ୬ ଜାନୁଆରୀ (ହି.ସ.)- ଜୟପୁର ବ୍ଲକ ସ୍ଥିତ ଆମ୍ବାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନୀଲ କୁମାର ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ତାପତୀ ପଟ୍ଟନାୟକ ଓ ଜୋନ ୨ ଅଧ୍ୟକ୍ଷା ରଶ୍ମୀ ରଥ, ସମିତି ସଭ୍ୟ ସସ୍ମିତା ତାରିଣୀ, ସରପଞ୍ଚ ଦିପ୍ତି ହିକକ୍କା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନ ଶିକ୍ଷାର ମାନ ବୃଦ୍ଧି ହୋଇଥିବାରୁ ଭଲ ଭାବେ ଶିକ୍ଷା ଗ୍ରହଣ କରି ବିଦ୍ୟାଳୟର ସୁନାମ ବୃଦ୍ଧି କରିବା ନିମନ୍ତେ ଉପଦେଶ ଦେଇଥିଲେ। ଏହା ସହ ଶିକ୍ଷା ପରିଚାଳନା କମିଟି ସଭାପତି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ପ୍ରସ˚ଶା କରିଥିଲେ। ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ, ଶୃଙ୍ଖଳା, ସ˚ସ୍କାର ସହିତ ପାଠ ପଢିଲେ ଜୀବନରେ ନିଶ୍ଚିତ ସଫଳତା ମିଳିବ ବୋଲି ଉପଦେଶ ଦେବା ସହ ପିଏମଶ୍ରୀ ବିଦ୍ୟାଳୟ ଗୁଡିକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ଓ ବିଦ୍ୟାର୍ଥୀ ମାନେ ଭଲ ପାଠ ପଢି ବିଦ୍ୟାଳୟ, ଜିଲ୍ଲା, ରାଜ୍ୟ ଓ ଦେଶରେ ନାମ ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ଆଦିତ୍ୟ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅପରାହ୍ନ ସମୟରେ ସମାପନ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ପିଏମଶ୍ରୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସା˚ସ୍କୃତିକ କାର୍ଯ୍ୟକ୍ରମ ସହ ୭ଗୋଟି ପ୍ରମୁଖ ଷ୍ଟଲ ଏଥିରେ ଲାଗିଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି