
ଭଦ୍ରକ, ୮ ଜାନୁଆରୀ (ହି.ସ.) - ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଭଦ୍ରକ ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଏସପି ମନୋଜ କୁମାର ରାଉତ ପତାକା ଦେଖାଇ ରାଲି ର ଶୁଭାରମ୍ବ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଏ ମ ଭି ଆଇ ବାମଦେବ ସାହୁ,ସେକ ରହିମ, ଶ୍ରୀକାନ୍ତ ଦାସ ପ୍ରମୁଖ ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମ କର୍ତା ଉପସ୍ଥିତ ଥିଲେ । ଗତି ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍ ବେଲ୍ ବ୍ୟବହାର ନିଶ୍ଚିତକରଣ, ମଦ୍ୟପାନ କରି ଯାନଚାଳନା ବିରୋଧରେ କଠୋର ପଦକ୍ଷେପ ନେବା ସହିତ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ଗତି ଦେବାକୁ ଏସପି ଶ୍ରୀ ରାଉତ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବା ଉପରେ ଆଲୋକପାତ କରିଥିଲେ । ଏହି ସଚେତନତା ରାଲିରେ ସଭ୍ୟ ରୋ ଅତିସ ବେହେରା, ସଭ୍ୟ ସାମ୍ବାଦିକ ରବିନାରାୟଣ ଖିଲାର, ବସ ସିଣ୍ଡିକେଟ ର ଶ୍ରୀନିବାସ ପତି, ଟାଉନ ଥାନା ଇନିସପେକ୍ଟର ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ଶତାଧିକ ବାଇକ ଚାଳକ ହେଲମେଟ ପିନ୍ଧି ସହର ପରିକ୍ରମା କରି ସଚେତନତା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ