ଜୟପୁରରେ ସ୍ବର୍ଣ୍ଣ ଧନୁଷ୍‌ ଯାତ୍ରା
ଜୟପୁର, ୯ ଜାନୁଆରୀ (ହି.ସ.)- ଜୟପୁରରେ ଆଜି ସ୍ବର୍ଣ୍ଣ ଧନୁଷ ଯାତ୍ରା ଅନୁଷ୍ଠିତ ହୋଇଛି। ରାଉରକେଲା ହନୁମାନ ବାଟିକା ଠାରୁ ଶ୍ରୀ ରାମ ଙ୍କ ସ୍ବର୍ଣ୍ଣ ଧନୁ ଶୋଭାଯାତ୍ରା ବାହାରି ବିଭିନ୍ନ ଜିଲ୍ଳା ଓ ସଦର ଦେଇ ଜୟପୁର ଠାରେ ପହଞ୍ଚିଥିଲା l ଜୟପୁର ପାଓ୍ବାର ହାଉସ୍ ହନୁମାନ ମନ୍ଦିରରୁ ପୁଜାର୍ଚନା ପରେ
ଜୟପୁରରେ ସ୍ବର୍ଣ୍ଣ ଧନୁଷ୍‌ ଯାତ୍ରା


ଜୟପୁର, ୯ ଜାନୁଆରୀ (ହି.ସ.)- ଜୟପୁରରେ ଆଜି ସ୍ବର୍ଣ୍ଣ ଧନୁଷ ଯାତ୍ରା ଅନୁଷ୍ଠିତ ହୋଇଛି। ରାଉରକେଲା ହନୁମାନ ବାଟିକା ଠାରୁ ଶ୍ରୀ ରାମ ଙ୍କ ସ୍ବର୍ଣ୍ଣ ଧନୁ ଶୋଭାଯାତ୍ରା ବାହାରି ବିଭିନ୍ନ ଜିଲ୍ଳା ଓ ସଦର ଦେଇ ଜୟପୁର ଠାରେ ପହଞ୍ଚିଥିଲା l ଜୟପୁର ପାଓ୍ବାର ହାଉସ୍ ହନୁମାନ ମନ୍ଦିରରୁ ପୁଜାର୍ଚନା ପରେ ଏକ ବିରାଟ ପଟୁଆରରେ ପ୍ରଭୁ ରାମଚନ୍ଦ୍ରଙ୍କ ସ୍ବର୍ଣ୍ଣ ଧନୁଷ ଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ଅଗଣିତ ହିନ୍ଦୁ ପ୍ରେମି ସାମିଲ୍ ହେବା ସହିତ ଭଜନ କୀର୍ତ୍ତନ କରିଥିଲେ। ଜୟ ଶ୍ରୀ ରାମ ଧ୍ବନି ରେ ପରିବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ୪ ବର୍ଷିୟ ଝିଅ ପ୍ରିୟଲ ହନୁମାନ ରୁପ ଧାରଣ କରି ଶୋଭାଯାତ୍ରାରେ ବାହାରିବା ସମସ୍ତଙ୍କୁ ଚକିତ କରିବା ସହିତ ଏହା ହିନ୍ଦୁ ସମାଜ ପ୍ରତି ଗର୍ବ ଓ ଗୈାରବର ବିଷୟ ବୋଲି ଆଲୋଚନା ହେଉଥିବା ଜଣାପଡ଼ିଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସ୍ବର୍ଣ୍ଣ ଧନୁ କୋରାପୁଟ ସଦର ମହକୁମା ହୋଇ ବିଭିନ୍ନ ଜିଲ୍ଲା ଦେଇ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀରେ ପହଞ୍ଚିବା ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି l ୨୫ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ୍‌ ଥିବା ଗାଡିକୁ ସୁସଜ୍ଜିତ କରାଯାଇ ଜୟପୁର ଭ୍ରମଣ କରାଯାଇଥିଲା। ଏହି ଗାଡି ସାରା ଭାରତ ପରିଭ୍ରମଣ କରିବ। ଆସନ୍ତା ଜାନୁଆରୀ ୨୨ ତାରିଖରେ ଏହି ସ୍ବର୍ଣ୍ଣ ଧନୁଷ ଅଯୋଧ୍ୟାରେ ପହଁଚିବ।

ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହୋଇ ନାମ ସ˚କୀର୍ତ୍ତନ କରି ନଗର ପରିକ୍ରମା କରିଥିଲେ। ରାସ୍ତା କଡରେ ରାମଭକ୍ତ ତଥା ହିନ୍ଦୁପ୍ରେମୀ ମାନେ ଉପସ୍ଥିତ ରହି ଧନୁଷକୁ ପୂଜାର୍ଚ୍ଚନା କରିବା ସହ ରାମ ନାମ ନେଉଥିବା ଦେଖିବାକୁ ମିଳିଥିଲା। ଜୟ ଶ୍ରୀରାମ ଧ୍ବନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ହିନ୍ଦୁ ସମାଜ ସମେତ ଅନେକ ଅନେକ ଦଳର କର୍ମକର୍ତ୍ତା ଓ ରାମ ଭକ୍ତମାନେ ବହୁସ˚ଖ୍ୟାରେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande