ଅବ୍ୟବସ୍ଥା ଘେରରେ ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଆଜକୁ ପ୍ରାୟ ଏକମାସ ହେବ ଏହି ଜିଲାର ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଜିତେନ୍ଦ୍ର ବେହେରା ପଦୋନ୍ନତି ପାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ସେ ଏଠାରେ ଦୀ
DHUSURI GOSTI SWASTYA KENDRA


ଭଦ୍ରକ, ୯ ଜାନୁଆରୀ (ହି.ସ.) - ଆଜକୁ ପ୍ରାୟ ଏକମାସ ହେବ ଏହି ଜିଲାର ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଜିତେନ୍ଦ୍ର ବେହେରା ପଦୋନ୍ନତି ପାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ସେ ଏଠାରେ ଦୀର୍ଘ ୧୦ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସହ ସଦ୍‌ଭାବ ରଖି ଚିକିତ୍ସା ଯୋଗାଇଆସୁଥିଲେ। ଏବେ ଏକମାତ୍ର ଡାକ୍ତରଙ୍କ ସମେତ ଦୁଇଜଣ ଆୟୁଷ ଡାକ୍ତରଙ୍କ ହାତରେ ଲୋକଙ୍କ ଜୀବନ। ଏଠାରେ ଲୋକମାନେ ନା ଉତମ ଚିକିତ୍ସା ନା ସଠିକ୍ ଭାବେ ଔଷଧ ପାଇପାରୁଛନ୍ତି। ସରକାର କହୁଛନ୍ତି ୨୪ ଘଂଟା ମେଡିକାଲ ଖୋଲା ରହିବ। ସେଥିପାଇଁ ୨୪ ଘଂଟିଆ ଷ୍ଟାଫ୍ ଦିଆଯାଉଛି। ମାତ୍ର ଏଠାରେ ଜଣେ ଡାକ୍ତର ଥିବାବେଳେ ଫାର୍ମାସିଷ୍ଟ ନାହାଁନ୍ତି। ବୟସ୍କ ଠାରୁ ଆରମ୍ଭ କରି ଶିଶୁପର୍ଯ୍ୟନ୍ତ ବହୁ ରୋଗୀ ଏଠାକୁ ଆସି ପୂର୍ବଭଳି ଉତମ ଚିକିତ୍ସା ପାଇଁ ପଦୋନ୍ନତି ପାଇଥିବା ଜିତେନ୍ଦ୍ର ବେହେରାଙ୍କୁ ମେଡିକାଲରେ ନପାଇ ନିରାଶରେ ଫେରୁଛନ୍ତି। ଏହି ଡାକ୍ତରଖାନାଟି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିଜ ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ଗତ ୧୫ ଦିନ ପୂର୍ବରୁ ଜିଲା ମୁଖ୍ୟ ଚିକିିତ୍ସାକାରୀ ଡାକ୍ତର ସୁଧୀରଂଜନ ନାୟକ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସିଥିବାବେଳେ ସେ ଲୋକଙ୍କୁ ସାନ୍ତନ୍ୱା ଦେଇ ଲିଖିତ ଆକାରରେ ତାହା ଜଣାଇବାକୁ କହିଥିଲେ। କିନ୍ତୁ ଲୋକମାନେ ତାଙ୍କ କାର୍ଯ୍ୟାଳୟକୁ ଭଦ୍ରକ ଯାଇ ସେ ବୈଠକରେ ଥିବାରୁ ଦେଖାନପାଇ ନିରାଶରେ ଫେରି ଡାକ ଯୋଗେ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେଣୁ ଲୋକଙ୍କର ସମସ୍ୟା ସୁଧାର ଦିଗରେ ପୂର୍ବ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ ପୁନର୍ବାର ଫେରାଇ ନଆଣିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande