
ବଲାଂଗିର, 09 ଜାନୁଆରି (ହି.ସ.)
ବଲାଙ୍ଗିର ରୁଗୁଡ଼ି ପଡ଼ା ନିବାସୀ ସମବାୟ ବ୍ୟାଙ୍କ ପୁର୍ବତନ ଅଧିକାରୀ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରୁ ଆସିଷ୍ଟାଣ୍ଟ ସେକ୍ରେଟାରୀ ରୂପେ ଦୀର୍ଘଦିନ କାର୍ଯ୍ୟ କରି ୨୦୦୦ ମସିହା ରେ ଅବସର ପ୍ରାପ୍ତ ଲଳିତ ମୋହନ ପଟ୍ଟନାୟକ ଙ୍କ ଗତକାଲି ୮୨ ବର୍ଷ ବୟସ ରେ ପରଲୋକ ହୋଇ ଯାଇଚି। ୦୯.୦୧.୧୯୨୫ ରେ ତତ୍କାଳିନ ବଲାଙ୍ଗୀର ଜିଲ୍ଳାର ସର୍ବ ପ୍ରଥମ ସାମ୍ୱାଦିକ ତ୍ରିଲୋଚନ ପଟ୍ଟନାୟକ ଙ୍କ ପ୍ରଥମ ସନ୍ତାନ ରୂପେ ଜନ୍ମିତ ଶ୍ରୀ ପଟ୍ଟନାୟକ ରାଜ୍ୟର ରାଜା ଙ୍କ ସହାୟତା ରେ ପି ଜି ଡିପ୍ଲୋମା କୋପରେତିଭ ବିଜନେସ ମ୍ୟାନେଜମେଣ୍ଟ କଲା ପରେ ବଲାଙ୍ଗୀର ସମବାୟ ବିଭାଗ ରେ କାର୍ଯ୍ୟରତ ଥିଲେ। ତାଙ୍କର ଦୁଇ ପୁଅ ଚାରି ଝିଅ। ସାରାଜୀବନ ସେ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର ପରୋପକାରୀ ରୂପେ ପରିଚିତ। ବାୟସାଧିକ କାରଣ ରୁ ଶର୍କରା କମିଯିବା ସହିତ ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ତାରେ ପରଲୋକ ଗମନ କଲେ। ତାଙ୍କର ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଆଜି ତାଙ୍କର ଶେଷକୃତ୍ୟ ବଲାଙ୍ଗୀର ବିଭୂତି ପଡ଼ା ଶ୍ମଶାନ ରେ ହୋଇ ଯାଇଚି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ